Categories: ଜାତୀୟ

ପଞ୍ଜାବରେ ବଢୁଛି ଋଣ, ମୋଦିଙ୍କୁ ମନାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମାନ…

ଚଣ୍ଡିଗଡ଼,୩।୧୦ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସ୍ବୀକାର କରିଛନ୍ତି ତାଙ୍କ ସରକାର ରାଜ୍ୟ ଉପରେ ଋଣ ଭାର ବଢ଼ାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳର ୧୮ ମାସ ମଧ୍ୟରେ ୪୭,୧୦୭ କୋଟି ଟଙ୍କାର ଋଣ ଗ୍ରହଣ ହୋଇଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଚିଠି ଲେଖି ମାନ ଅନୁରୋଧ କରିଛନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଋଣ ପରିଶୋଧ ସ୍ଥଗିତ ରଖିବାକୁ ପ୍ରବର୍ତ୍ତାନ୍ତୁ। ଏଭଳି ପଦକ୍ଷେପ ରାଜ୍ୟର ଚାପଗ୍ରସ୍ତ ଆର୍ଥିକ ସ୍ଥିତିକୁ ସରକାରଙ୍କୁ ରାଜସ୍ବ ଅଭିବୃଦ୍ଧି ତଥା ବିକାଶ ପ୍ରୟାସକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ।

ଏଥିସହ ମୁଖ୍ୟମନ୍ତ୍ରୀ ମାନ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଗ୍ରାମ୍ୟ ଉନ୍ନୟନ ପାଣ୍ଠି (ଆରଡିଏଫ) ପ୍ରସଙ୍ଗ ଉଠାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟପାଳ ଏଏପି ସରକାରଙ୍କୁ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ୫୦ ହଜାର କୋଟି ଟଙ୍କା ଋଣ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ରାଜ୍ୟପାଳଙ୍କ ଉତ୍ତରରେ ମାନ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ତାଙ୍କ ଉତ୍ତରରେ ମାନ କହିଛନ୍ତି ଏହି ଋଣର ପ୍ରାୟ ୫୭ ପ୍ରତିଶତ କେବଳ ପୂର୍ବ ରାଜ୍ୟ ସରକାରଙ୍କ ଋଣ ପରିଶୋଧ କରିବାକୁ ବ୍ୟବହୃତ ହୋଇଥିଲା। ଏଥିସହ ଋଣରେ ଅତିରିକ୍ତ ୪୭,୧୦୭.୬ କୋଟି ଟଙ୍କା ଯୋଡା ଯାଇଛି। ସେଥିମଧ୍ୟରୁ ୨୭,୦୧୬ କୋଟି ଟଙ୍କା ଋଣ ପରିଶୋଧ ପାଇଁ ଆବଣ୍ଟିତ ହୋଇଛି। ମାନଙ୍କ ଚିଠି ଅନୁଯାୟୀ, ଏଏପି ସରକାର ୪୭,୧୦୭କୋଟି ଟଙ୍କା ଋଣ ନେଇଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଖର୍ଚ୍ଚ ୪୮,୫୩୦ କୋଟି ଟଙ୍କା ଥିଲା। ଚିଠିରେ ଦିଆଯାଇଥିବା ବିବରଣୀରୁ ଜଣାପଡିଛି ପଞ୍ଜାବର ଋଣ ଏପ୍ରିଲ ୨୦୨୨ ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ୪୭,୧୦୭.୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି,। ଯେଉଁଥିରେ ବଜାର ଋଣ, ନାବାର୍ଡ ଋଣ, ବାହ୍ୟ ସହାୟତା ପ୍ରକଳ୍ପ ଋଣ ଏବଂ ପୁଞ୍ଜି ସମ୍ପତ୍ତି ନିର୍ମାଣ ପାଇଁ ଦୀର୍ଘକାଳୀନ ଋଣ ଅନ୍ତର୍ଭୁକ୍ତ ଅଛି।

ମାନ ସୂଚନା ପ୍ରଦାନ କରିଛନ୍ତି ତାଙ୍କ ସରକାର ରସିଦରେ ଅଭିବୃଦ୍ଧି ରେକର୍ଡ କରିଛନ୍ତି, ଯାହା ମୂଲ୍ୟଯୁକ୍ତ ପୁଞ୍ଜି ବିନିଯୋଗକୁ ସୁଗମ କରିବା ସହିତ ଦେୟ ଏବଂ ଅନାଦାୟ ଦେୟ ପ୍ରଦାନ ଆରମ୍ଭ କରିଛି।

Share