Categories: ଜାତୀୟ

ଶହୀଦ୍‌ଙ୍କ ଋଣ ସୁଝିହେବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୧୨: ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ରେ ହୋଇଥିବା ଯୁଦ୍ଧରେ ଶହୀଦ୍‌ ହୋଇଥିବା ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶହୀଦ୍‌ଙ୍କ ଋଣ ସୁଝିହେବ ନାହିଁ। ଦେଶର ସୁରକ୍ଷା ଏବଂ ଅଖଣ୍ଡତା ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ୍‌ଙ୍କୁ ଦେଶ କେବେ ଭୁଲି ପାରିବ ନାହିଁ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ସେହିପରି ପ୍ରଧାନ ମନ୍ତ୍ରୀ ବିଜୟ ଦିବସ ଅବସରରେ ନ୍ୟାଶନାଲ ଓ୍ବାର ମେମୋରିଆଲଠାରେ ସ୍ବର୍ଣ୍ଣ ମଶାଲ ପ୍ରଜ୍ଜଳନ କରି ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ସ୍ବର୍ଣ୍ଣିମ ବିଜୟ ବର୍ଷର ଲୋଗୋ ଲୋକାର୍ପିତ କରିଛନ୍ତି।

Share