ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ ଭରା ଆଖିରେ ଦେଶବାସୀ ଚିର ବିଦାୟ ଦେଇଛନ୍ତି। ଭାଇ ହୃଦୟନାଥ ମଙ୍ଗେସକର ଲତାଙ୍କୁ ମୁଖାଗ୍ନି ଦେଇଛନ୍ତି।

ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଶରଦ ପଓ୍ବାର, ରାଜ୍‌ ଠାକ୍‌ରେ, ପୀୟୂଷ ଗୋଏଲ୍‌, ଶାହାରୁଖ୍‌ ଖାଁ, ସଚିନ ତେନ୍ଦୁଲକର ପ୍ରମୁଖ ଶିବାଜୀ ପାର୍କରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଲତାଙ୍କ ପରଲୋକରେ ବହୁ ଲୋକ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ପାକିସ୍ତାନ, ନେପାଳ ସରକାରଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Share