ମାତ୍ର ୧୫ ହଜାର ଟଙ୍କା ପାଇଁ ହସ୍ପିଟାଲରେ ଅଢ଼େଇ ମାସ ରହିଲା କରୋନା ରୋଗୀଙ୍କ ମୃତଦେହ, ଆଉ ତା’ ପରେ…

ଲକ୍ଷ୍ନୌ,୨ା୭: ଉତ୍ତରପ୍ରଦେଶର ଜନପଦ ହାପୁରରେ କରୋନା ମହାମାରୀ ଆଜି ପର୍ଯ୍ୟନ୍ତ କାୟା ବିସ୍ତାର କରିଚାଲିଛି। ଏହି ସମୟରେ କୋତବାଲି ସହରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ୧୫ ହଜାର ଟଙ୍କା ପାଇଁ କରୋନା ପଜିଟିଭ୍‌ଙ୍କ ମୃତଦେହ ଅଢ଼େଇ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ରଖାଯାଇଥିଲା। ତେବେ ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ମୃତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ୧୫ ହଜାର ଟଙ୍କା ନ ଦେଲେ ମୃତଦେହ ଛଡ଼ା ଯିବନି ବୋଲି କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଯଦି ନ ଦେବେ ତେବେ ହସ୍ପିଟାଲ ପକ୍ଷରୁ ମୃତଦେହ ସଂସ୍କାର କରିଦିଆଯିବ। ଏହା ପରେ ମହିଳା ଜଣକ ୧୫୦୦୦ ଟଙ୍କା ଦେଇ ନ ପାରି ଦୁଇ ପିଲାଙ୍କୁ ଧରି ଗାଁକୁ ଚାଲିଗଲେ। ଅଢ଼େଇ ମାସ ପରେ ହସ୍ପିଟାଲକୁ ମୃତଦେହ ନେବାକୁ ଆସିଲେ। ତେବେ ପରିଜନଙ୍କ ପାଇଁ ହସ୍ପିଟାଲ ପକ୍ଷରୁ ମୃତଦେହ ରଖାଯାଇଥିଲା। ତାଙ୍କ ସ୍ତ୍ରୀ ଏବଂ ବନ୍ଧୁ ପରିଜନ ଆସି ହସ୍ପିଟାଲରେ ପହଞ୍ଚିବା ପରେ ଏନ୍‌ଜିଓ ମାଧ୍ୟମରେ ମୃତଦେହ ସଂସ୍କାର କରାଯାଇଛି।

ସୂଚନାଯୋଗ୍ୟ, ହାପୁର ସିଏଚ୍‌ସିର ପ୍ରଭାରୀ ଡକ୍ଟର ଦିନେଶ କ୍ଷତ୍ରୀ କୁହନ୍ତି, ମୃତକଙ୍କ ଭାଇ ମେରଟର ଏକ ହସ୍ପିଟାଲରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏକଥା ଜାଣିବା ପରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଛାଡ଼ି ତାଙ୍କ ଭାଇ ଚାଲିଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ହସ୍ପିଟାଲ ପକ୍ଷରୁ ମୃତକଙ୍କ ଘରମାଲିକ ଏବଂ ତାଙ୍କ ସ୍ତ୍ରୀଙ୍କୁ ଖୋଜି ମୃତଦେହ ହସ୍ତାନ୍ତର କରାଯିବା ସହ ଏକ ଏନ୍‌ଜିଓ ମାଧ୍ୟମରେ ଆଜି ଅନ୍ତିମ ସଂସ୍କାର କରାଯାଇଛି।

 

Share