Categories: ଜାତୀୟ

ବିମୁଦ୍ରୀକରଣ ଏକ ଐତିହାସିକ ମୁର୍ଖାମୀ: ଖାର୍ଗେ …

ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ଶନିବାର କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିମୁଦ୍ରୀକରଣ ଏକ ଐତିହାସିକ ମୂର୍ଖାମୀ। ଯେଉଁଥିପାଇଁ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନଷ୍ଟ ହୋଇଯାଇଥିଲା। ଏହା ଦେଶବାସୀଙ୍କୁ ଅସୁବିଧାରେ ପକାଇଥିଲା। ଏବେ ରାହୁଲ ଗାନ୍ଧୀ ଦେଶରେ ଆଶାର ଆଲୋକ ବୃଦ୍ଧି କରୁଛନ୍ତି। ଏହା ଦେଶରେ କଂଗ୍ରେସର ଭାବମୂର୍ତ୍ତିକୁ ଅଧିକ ସ୍ପଷ୍ଟ କରିବ।

ତାଙ୍କ ଅଭିଭାଷଣରେ କଂଗ୍ରେସ ଅଧ୍ୟକ୍ଷ କେନ୍ଦ୍ର ସରକାରଙ୍କୁ ଦେଶ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଏବଂ ସରକାରରେ ବସିଥିବା ଲୋକଙ୍କ ଚିନ୍ତାଧାରା ଗରିବ ବିରୋଧୀ ବୋଲି କହିଛନ୍ତି। ସେ ଘୃଣାର ବାତାବରଣ, ମୁଦ୍ରାସ୍ଫୀତି, ବେକାରୀ ଏବଂ ଜାତୀୟ ନିରାପତ୍ତା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀ ଏକତା ପାଇଁ ନିବେଦନ କରି ଖାର୍ଗେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ ଏକ ଦୃଢ଼ ବିକଳ୍ପ ଦେବା ପାଇଁ ଆମେ ସମାନ ଚିନ୍ତାଧାରା ଦଳଙ୍କ ସହ ମିଳିତ ହେବାକୁ ଚାହୁଁଛୁ।

ଦେଶର ଗଣତନ୍ତ୍ରକୁ ଭାଙ୍ଗିବା ପାଇଁ ଏକ ଷଡଯନ୍ତ୍ର ରଚିଥିବା ସରକାରଙ୍କ ବିରୋଧରେ ଏକ ଆନ୍ଦୋଳନ କରାଯିବ। ଆଜି କ୍ଷମତାରେ ବସିଥିବା ଲୋକମାନେ ଲୋକଙ୍କ ଅଧିକାର ଉପରେ ଆକ୍ରମଣ କରୁଛନ୍ତି, ଆଜି ସମସ୍ତଙ୍କୁ ସେବା, ସଂଗ୍ରାମ ଏବଂ ବଳିଦାନ ପ୍ରତିଶ୍ରୁତି ଦେବାକୁ ପଡ଼ିବ। ଆଜି ଦେଶ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ସେ କହିଛନ୍ତି ଯେ ଏହି ସମ୍ମିଳନୀକୁ ବନ୍ଦ କରିବା ପାଇଁ ଭାଜପା ସରକାର ଇଡି ଦ୍ୱାରା ଚଢ଼଼ାଉ କରିଛନ୍ତି।

Share