ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ସମ୍ବଲପୁର,୧୯।୮(ବ୍ୟୁରୋ): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ ଟା ୫୬ ମିନିଟ୍‌ରୁ ୧୧ଟା୧୦ ମଧ୍ୟରେ ନବାହ୍ନ ଲାଗି ହେବ। ଉକ୍ତ ଦିନ ତୁଲା ଲଗ୍ନେ ମା’ସମଲେଶ୍ୱରୀଠାରେ ପ୍ରଥମ ନବାହ୍ନ ଲାଗି ହେବା ପରେ ଜନସାଧାରଣ ନୂଆ ଖାଇବେ। ନନ୍ଦୋତ୍ସବ ଅବସରରେ ପରମ୍ପରା ଅନୁଯାୟୀ ଝାଡୁଆପଡା ସ୍ଥିତ ବ୍ରହ୍ମପୁରାମନ୍ଦିର ପ୍ରାଙ୍ଗଣରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତମାନେ ଲଗ୍ନ ସମୟ ବାହାର କରିଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ, ପୂଜକ ଗଙ୍ଗାଧର ରାୟଙ୍କ ସମେତ ପୂଜକମାନେ ଉପସ୍ଥିତ ରହିଥିଲେ।

Share