ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ସୀମିତ ରହିବ। ପୂର୍ବରୁ ଏହା ଅଗଷ୍ଟ ୨୧ ଯାଏ ଥିବାବେଳେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ନିମ୍ନ କୋର୍ଟଗୁଡ଼ିକ କାର୍ଯ୍ୟକୁ ଅନେକାଂଶରେ ସୀମିତ ରଖାଯାଇଥିଲା। ହେଲେ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ସାରା ରାଜ୍ୟରେ ଏଣିକି ସମସ୍ତ ନିମ୍ନକୋର୍ଟ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ, ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କେବଳ ଭର୍ଚ୍ୟୁଆଲ୍‌ ମୋଡ୍‌ ବା ଭିଡିଓ କନଫରେନ୍ସ ଜରିଆରେ ହିଁ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ। ଉଭୟ ପୁରୁଣା ଓ ନୂଆ ମାମଲାର ଶୁଣାଣି ହୋଇପାରିବ। ଶୁଣାଣି ହେବାକୁ ଥିବା ମାମଲାର ତାଲିକା ପ୍ରସ୍ତୁତ କରିବାକୁ ରେଜିଷ୍ଟ୍ରାରଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ ଭାବେ ଦାଏର ମାମଲା ସମ୍ପର୍କରେ ଆଇନଜୀବୀ ଓ ମହକିଲଙ୍କୁ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ୍‌)ଙ୍କୁ ସୂଚନା ଦେବାକୁ ହେବ। କେବଳ ଇ-ଫାଇଲିଂ, ଇ-ମେଲ୍‌ ଓ ଡ୍ରପ୍‌ବକ୍ସ ଜରିଆରେ ହିଁ ନୂତନ ମାମଲା ଓ ସତ୍ୟପାଠ ଦାଖଲ ହୋଇପାରିବ। ଅନ୍ୟପକ୍ଷରେ ସମସ୍ତ ନିମ୍ନକୋର୍ଟ ଓ ଟ୍ରିବ୍ୟୁନାଲ ପୂର୍ବ ନିୟମିତ ସମୟରେ କାର୍ଯ୍ୟ କରିବ। ଭର୍ଚୁଆଲ୍‌ ମୋଡ୍‌ରେ ଶୁଣାଣିକୁ ଗୁରୁତ୍ୱ ଦିଆଯିବ। ନେଟ୍‌ ସମସ୍ୟା ଯୋଗୁ ଭର୍ଚୁଆଲ ମୋଡ୍‌ ସମ୍ଭବ ନ ହେଲେ ଫିଜିକାଲ୍‌ ହିୟରିଂ ହୋଇପାରିବ। ନିମ୍ନକୋର୍ଟରେ ସମସ୍ତ ପ୍ରକାର କାର୍ଯ୍ୟ ଯେପରି ବିଚାରାଧୀନ କଏଦୀଙ୍କ ଶୁଣାଣି, ଦେୱାନି ମାମଲାର ଶୁଣାଣି, ସାକ୍ଷ୍ୟ ଗ୍ରହଣ ଓ ପୁରୁଣା ମାମଲାର ଶୁଣାଣି ହୋଇପାରିବ। ଅତି ଜରୁରୀ ନ ଥିଲେ ଅଭିଯୁକ୍ତଙ୍କୁ କୋର୍ଟ ଆଣିବାକୁ ବାରଣ କରାଯାଇଛି। କିନ୍ତୁ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ହାଜର କରିବାକୁ ହେବ। ଶୁଣାଣି ସମୟର ଅବଧିକୁ କମାଇବା ପାଇଁ ଲିଖିତ ଯୁକ୍ତିଙ୍କୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ତାଲିକା ଓ ପରବର୍ତ୍ତୀ ଶୁଣାଣି ତାରିଖ ସମ୍ପର୍କରେ ନିୟମିତ ଜିଲା କୋର୍ଟର ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ଯେଉଁ ସ୍ଥାନରେ ଲକ୍‌ଡାଉନ କିମ୍ବା ଶଟ୍‌ଡାଉନ ଘୋଷଣା ହୋଇଛି, ସେଠାରେ ପୂର୍ବବତ୍‌ କୋର୍ଟ କାର୍ଯ୍ୟ ସୀମିତ ରହିବ। ଯେଉଁ ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହୋଇଛି, ସେଠାରେ କୋର୍ଟ କାର୍ଯ୍ୟ ବାତିଲ୍‌ ରହିବ ବୋଲି ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ୯ରେ SHG ମହିଳାଙ୍କୁ…

ଭୁବନେଶ୍ୱର,୭।୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ୧ ଟଙ୍କା ଯାଇଛି। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ ଆସିଛି।...

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୋନପୁର,୭।୧୦(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର...

ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ...

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ୧ ଟଙ୍କା, ୯ରେ ଆସିବ ଆଉ…

ଭୁବନେଶ୍ୱର,୭ା୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ  ଆସିଛି। ୯...

ଚକଦର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇଠାରେ ପ୍ରସ୍ତାବିତ ଚକଦର ପ୍ରକଳ୍ପକୁ ବିରୋଧ କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରାଯାଇଛି। ସମାକୋଇ ଚକଦର ପ୍ରକଳ୍ପ...

ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri