ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର

ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଦୁର୍ଘଟଣା ଘଟାଉଥିବା ଡ୍ରାଇଭରଙ୍କୁ ଶୀଘ୍ର ଜାମିନ ମିଳିଯାଉଥିବା ବେଳେ ଏହି ନିୟମ କାର୍ଯ୍ୟକାରୀ ହେଲେ ଡ୍ରାଇଭରମାନଙ୍କୁ ଜେଲ ଓ ଅର୍ଥଦଣ୍ଡ ଭୋଗିବାକୁ ପଡିବ। ଏହି ମାମଲାରେ ସିଧାସଳଖ ଡ୍ରାଇଭରମାନେ ଭୁକ୍ତଭୋଗୀ ହେଉଥିବା ବେଳେ ଏପର୍ଯ୍ୟନ୍ତ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିନାହାନ୍ତି ବୋଲି ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡଲି ଅଭିଯୋଗ କରିଛନ୍ତି।

ଏଥିପାଇଁ ମହାସଂଘ ତରଫରୁ ଶୁକ୍ରବାରଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ମହାସଂଘର ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଛି। ସମସ୍ତ ଡ୍ରାଇଭର ଷ୍ଟିଅରିଂ ଛାଡି ଘରେ ରହିବାକୁ କୁହାଯାଇଛି। ତେବେ କୌଣସି ସ୍ଥାନରେ ରାସ୍ତା ଉପରେ ଆନ୍ଦୋଳନ ନ କରି ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି।

ସଭାପତି ମେଣ୍ଡଲୀ ନୂଆଦିଲ୍ଲୀରୁ ଫେରିବା ପରେ ଝାରସୁଗୁଡାଠାରେ ଏ ନେଇ ସୂଚନା ଦେଇଛନ୍ତି। ଡ୍ରାଇଭର ଭୁଲ କଲେ ଜେଲ ଓ ଅର୍ଥଦଣ୍ଡ କରାଯାଉଥିବା ବେଳେ କୌଣସି ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲେ ତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିବାକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ସମ୍ବଲପୁର ଜିଲା ଡ୍ରାଇଭର ମହାସଂଘ ପକ୍ଷରୁ ଶୁକ୍ରବାରଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଅନୁରୋଧ କରାଯାଇଥିବା ଜିଲା ସଭାପତି ଜୟନାରାୟଣ ମହାରଣାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri