ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ ଏକ ବୈଠକ କରି ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୦୧୪ରୁ ମନ୍ତ୍ରୀ, ନେତା ତଥା ପ୍ରସାଶନକୁ ଗୁହାରି କରି ନିରାଶ ହେବା ପରେ ଏହି ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଚାନ୍ଦୋପଲା ଓ ଝୋଲପଥର ଗ୍ରାମବାସୀ ସମାନ ସମସ୍ୟା ନେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ।