ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ପୂର୍ବ ସରକାରରେ ନିୟୋଜିତ ବିଭିନ୍ନ ବିଭାଗର…

ଭୁବନେଶ୍ୱର,୨୧।୬(ଅସମାପିକା ସାହୁ): ବିଜେଡି ସରକାର ସମୟରେ ରାଜ୍ୟର ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହାଦ୍ୱାରା ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଉକ୍ତ ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share