Posted inଜାତୀୟ

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ବିଚାରପତି ଜ୍ୟୋତି ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଜଣେ ମହିଳାଙ୍କ ଶରୀରରେ ତାଙ୍କର ଅନିଛାକୃତ ଭାବେ କୌଣସି ଭ୍ରୁଣ ରଖାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନ ପକ୍ଷରୁ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ସ୍ବାଧୀନତା ଅନ୍ତର୍ଗତ ମୌଳିକ ଅଧିକାରର ଉଲ୍ଲଂଘନ ହେବ।

୩୩ ବର୍ଷ ବୟସ୍କା ମହିଳାଙ୍କର ୨୮ ସପ୍ତାହର ଭ୍ରୁଣକୁ ଗର୍ଭପାତ କରାଇବାକୁ ନେଇ ବିଚାର ସମୟରେ ଖଣ୍ଡପୀଠ ଏଭଳି କହିଛନ୍ତି। ଭ୍ରୁଣଠାରେ ଟେଟ୍ରାଲୋଜି ଅଫ୍‌ ଫାଲୋଟ୍‌ (ଟିଓଏଫ୍‌), ଆବସେଣ୍ଟ୍‌ ପ୍ଲୁମୋନାରୀ ଭାଲବ୍‌ ସିଣ୍ଡ୍ରୋମ୍‌ (ଏପିଭି) ସମେତ ଅନ୍ୟାନ୍ୟ ସମସ୍ୟା ଥିବା ଜଣାପଡ଼ିଛି।

ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୧୯୭୧ର ଧାରା ୩-୨-କ ଏବଂ ଧାରା ୩-୨-ଖ ଅନୁସାରେ ଆବଶ୍ୟକ ସ୍ଥଳେ ୨୦ ସପ୍ତାହ ପୂର୍ବରୁ ଉପଯୁକ୍ତ କାରଣ ଆଧାରରେ ଗର୍ଭପାତ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ମାତ୍ର ୨୪ ସପ୍ତାହ ପରେ ଏଭଳି କରିବା ଦ୍ୱାରା ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏହି ସମୟ ସୀମା ଅତିକ୍ରମ ହୋଇ ସାରିଥିବାରୁ ମେଡ଼ିକାଲ ବୋର୍ଡ ଗର୍ଭପାତ କରିବାକୁ ଅମଙ୍ଗ ହୋଇଥିଲେ।

ଫଳରେ ମହିଳା ଜଣକ ହାଇକୋର୍ଟ ଗର୍ଭପାତ ଅନୁମତି ଲାଗି ଅପିଲ୍‌ କରିଥିଲେ। ନିଜ ଇଛା ବିରୋଧରେ ଏଭଳି ବୋଝ ବୋହିବାକୁ ନାରାଜ ହେଉଥିବାରୁ ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟର ଧାରା ୫ ଅନୁସାରେ ଗର୍ଭବତୀଙ୍କ ଜୀବନ ପ୍ରତି ସଙ୍କଟ କ୍ଷେତ୍ରରେ ଡାକ୍ତର ଗର୍ଭପାତ କରାଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏନେଇ ଖଣ୍ଡପୀଠ ଏମ୍ସ୍‌ ମେଡ଼ିକାଲ ବୋର୍ଡଙ୍କୁ ମହିଳାଙ୍କ ଯାଞ୍ଚ୍‌ କରିବାକୁ କହିଛନ୍ତି।

ଏହା ସହିତ ଖଣ୍ଡପୀଠ କହିଛନ୍ତି ଯେ, ମହିଳା ଜଣକ ଭ୍ରୁଣର ସମସ୍ୟା ନେଇ ମାନସିକ ଚାପରେ ରହିଛନ୍ତି। ତେଣୁ ତାଙ୍କର ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭପାତ କରିବା ଲାଗି ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୧୩ଟି, ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୧୧।୩: ମଙ୍ଗଳବାର ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୨୦ ଟି ପ୍ରଦୂଷିତ ସହର ମଧ୍ୟରୁ ତେରଟି ଭାରତରେ ଅଛି, ଯେଉଁଥିରେ...

ଭାଷା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ, ଧର୍ମେନ୍ଦ୍ରଙ୍କ ଗୋଟିଏ ଶବ୍ଦକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୧।୩: ଡିଏମକେ ଏମପି କାନିମୋଝି କରୁଣାନିଧି ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଂସଦୀୟ ବିଶେଷାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ଏହି...

ବର୍ଷାରେ ଭିଜିବ ହୋଲି, ୧୩-୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେବ ବର୍ଷା

ନୂଆଦିଲ୍ଲୀ,୧୧।୩: ହୋଲି ପର୍ଯ୍ୟନ୍ତ ଉତ୍ତର ଭାରତରେ ଥଣ୍ଡାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ଦିନରେ ଖରା ହେତୁ ଗରମ ଅନୁଭବ ହେବ। ତଥାପି, ମାର୍ଚ୍ଚ...

ବଳାତ୍କାରୀଙ୍କୁ ନପୁଂସକ କରି ଛାଡିଦିଆଯିବା ଉଚିତ୍‌: ଏମିତି ପରାମର୍ଶ ଦେଲେ ରାଜ୍ୟପାଳ

ଜୟପୁର,୧୧।୩: ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ବଲାତ୍କାରୀଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ଅନ୍ୟମାନଙ୍କୁ ଏପରି ଜଘନ୍ୟ ଅପରାଧ କରିବାରୁ ନିରୁତ୍ସାହିତ କରିବା ପାଇଁ...

ବୟାନ ରେକର୍ଡ କରିବା ବାହାନାରେ ୩ବର୍ଷର ପୁଅ ଆଗରେ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର, କନଷ୍ଟେବଲ୍‌ ଗିରଫ

ଜୟପୁର(ରାଜସ୍ଥାନ),୧୧।୩: ଏକ ମାମଲାରେ ବୟାନ ରେକର୍ଡ କରିବା ବାହାନା ଦେଖାଇ ଜଣେ କନଷ୍ଟେବଲ୍‌ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରି କି ମହିଳାଙ୍କ ୩...

୬ ଘଣ୍ଟାରୁ କମ୍‌ ଶୋଉଛନ୍ତି ୫୯% ଭାରତୀୟ

ନୂଆଦିଲ୍ଲୀ, ୧୧ା୩: ଭାରତରେ ନିଦ୍ରା ଅଭାବ ଏକ ଗୁରୁତର ସମସ୍ୟାରେ ପରିଣତ ହେବାରେ ଲାଗିଛି। ଦେଶରେ ଲୋକଙ୍କର ଶୋଇବା ଅଭ୍ୟାସକୁ ବିଶ୍ଳେଷଣ କରି ପ୍ରମୁଖ କମ୍ୟୁନିଟି ସୋସିଆଲ...

ମ୍ୟାନ୍‌ମାର ସ୍କାମ୍‌ ସେଣ୍ଟରରୁ ମୁକ୍ତ ୩୦୦ ଭାରତୀୟ ଫେରିଲେ

ନୂଆଦିଲ୍ଲୀ,୧୦।୩: ମ୍ୟାନ୍‌ମାରର ସ୍କାମ୍‌ ସେଣ୍ଟରଗୁଡ଼ିକରୁ ମୁକ୍ତ ହୋଇଥିବା ପାଖାପାଖି ୩୦୦ ଭାରତୀୟଙ୍କୁ ସୋମବାର ବାୟୁସେନାର ସି-୧୭ ବିମାନ ଯୋଗେ ଫେରାଇ ଅଣାଯାଇଛି। ମୁଖ୍ୟତଃ ଚାଇନା ଅପରେଟରଙ୍କ...

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ପୁଣି ଡାଉନ୍‌, ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି ହଜାର ହଜାର ଉପଭୋକ୍ତା

ନୂଆଦିଲ୍ଲୀ,୧୦।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହୋଇଯାଇଛି, ହଜାର ହଜାର ଉପଭୋକ୍ତା ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି। ସୋମବାର ଏକ୍ସ ଦୁଇଥର ଡାଉନ୍‌ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri