Categories: ଜାତୀୟ

ଆହୁରି ୨-୩ଟି ବୈଠକ ପରେ ନିଆଯିବ ନିଷ୍ପତ୍ତି: ଚିରାଗ ପାସଓ୍ବାନ

ପାଟନା,୯।୭: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସଓ୍ବାନ ଏନଡିଏରେ ଯୋଗଦେବାକୁ ନେଇ ଯେଉଁ ଆଲୋଚନା ହେଉଛି ତାକୁ ନେଇ ନିଜର ମତ ରଖିଛନ୍ତି ଚିରାଗ। ରବିବାର ସେ କହିଛନ୍ତି ଆହୁରି ୨-୩ଟି ବୈଠକ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ବିହାର ପାଟନାରେ ଥିବା ତାଙ୍କ ଘରେ ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ ସେ କହିଛନ୍ତି, ଯେ ଅଗାମୀ ଲୋକ ସଭା ନିର୍ବାଚନକୁ ନେଇ ଯେଉଁ ମେଣ୍ଟ ହେବା କଥା ଏହାର ସମସ୍ତ ଦାୟିତ୍ୱ ଦଳୀୟ ନେତାମାନେ ମୋତେ ଦେଇଦେଇଛନ୍ତି। ଏମିତିକି ଲୋକ ସଭା ନିର୍ବାଚନ ସହ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ନେଇ ମଧ୍ୟ ମୋତେ ବା ମୋର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ସର୍ବସମ୍ମୁଖରେ ଏବେ ମେଣ୍ଟକୁ ନେଇ ଆଲୋଚନା କରିବା ଠିକ ହେବ ନାହିଁ ବୋଲି ସେ କହିଛନ୍ତି।

Share