Posted inଜାତୀୟ

ସେପ୍ଟେମ୍ବର ପରେ ମାଗଣା ରାଶନ ଯୋଗାଣକୁ ନେଇ ଶୀଘ୍ର ନିଆଯିବ ନିଷ୍ପତ୍ତି, ୮୦ କୋଟି ଗରିବ ପାଉଛନ୍ତି ଲାଭ

ନୂଆଦିଲ୍ଲୀ,୨୦ ।୯: ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୋମବାର କହିଛନ୍ତି ଯୋଜନାର ସମୟ ସୀମା ବଢାଇବାର ନିଷ୍ପତ୍ତି ସରକାର ନେବେ । ହେଲେ ଏହି ନିଷ୍ପତ୍ତି କେବେ ନିଆଯିବ ସେ ସମ୍ପର୍କରେ ପାଣ୍ଡେ କୌଣସି ସୂଚନା ଦେଇ ନାହାନ୍ତି । ମାର୍ଚ୍ଚ ୨୦୨୦ରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧି କେତେଥର ବଢାଯାଇଛି । ଏବେ ଏହା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିଛି ।

ରୋଲର ଫ୍ଲୋର ମିଲ୍ସ ଫେଡେରେଶନ ଅଫ ଇଣ୍ଡିଆର ବାର୍ଷିକ ବୈଠକରେ ପାଣ୍ଡେ କହିଛନ୍ତି, ଏହା ସରକାରଙ୍କ ବଡ ନିଷ୍ୱତ୍ତି, ସରକାର ଏହା ଉପରେ ନିଷ୍ୱତ୍ତି ନେବେ । ପିଏମଜିକେଏୱାଇ ଅନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ(ଏନଏଫଏସଏ)ରେ ସାମିଲ ୮୦ କୋଟି ଗରିବ ଲାଭାର୍ଥିଙ୍କୁ ପ୍ରତିମାସରେ ମୁଣ୍ଡପିଛା ୫ କିଲୋଗ୍ରାମ ମାଗଣା ରାଶନ ଯୋଗାଇ ଦିଆଯାଉଛି । କରୋନା ମହାମାରୀ ସମୟରେ ଗରିବ ପରିବାରଙ୍କୁ ଏହା ସହାୟକ ହୋଇଥିଲା । ଏହା ଏନଏଫଏସଏ ଅନୁଯାୟୀ ସାମାନ୍ୟ ଆବଣ୍ଟନଠାରୁ ଅଧିକ ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇଲେ ବ୍ୟକ୍ତି, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୫।୧୨: ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଥିବାସୁରକ୍ଷାକର୍ମୀମାନ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର...

ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ସମୟ ଆସିଛି: ଗିରିରାଜ ସିଂ

ନୂଆଦିଲ୍ଲୀ,୨୫।୧୨: କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ଏମପି ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା...

ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ, ଚେତାବନୀ ଦେଲା ଗୁଇନ୍ଦା ସଂସ୍ଥା

କୋଲକାତା,୨୫।୧୨: ବିଧାନସଭାରେ ବିରୋଧୀଦଳର ନେତା (ଏଲଓପି) ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି। ଏହି ଆକ୍ରମଣ...

ରାଜକୁମାରୀଙ୍କୁ ଲଭ୍‌ ଲେଟର୍‌ ଦେଇଥିଲେ ବାଜପେୟୀ, ଉତ୍ତରରେ…ଜାଣନ୍ତୁ ଅଟଳଙ୍କ ଲଭ୍‌ଷ୍ଟୋରୀ

ନୂଆଦିଲ୍ଲୀ,୨୫।୧୨: ଆଜି ସାରା ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ବାଜପେୟୀ ଜଣେ ବଡ଼ ନେତା ତଥା ଭାରତୀୟ...

ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ! ବଡ଼ ଦାବି କଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୧୨: ବୁଧବାର ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri