ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏଭଳିସ୍ଥିତିରେ ଭତ୍ତା ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବାରେ ବିଳମ୍ବ ହେଉଛି। ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ମଧୁବାବୁ ପେନ୍‌ସନ ଯୋଜନାରେ ଅନ୍ତର୍ଭୁକ୍ତ ୩୦୦୦ରୁ ଊର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ ସେମାନଙ୍କ ପାଉଣା ଠିକଣା ସମୟରେ ମିଳିବା ନେଇ ସଂଶୟ ଉପୁଜିଛି। ତେଣୁ ରଜ ପୂର୍ବରୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଅର୍ଥ ବାଟମାରଣା ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଛି। ଏହାଛଡ଼ା କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହଡ଼ପ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଏ ସବୁ ଦିଗକୁ ଭିତ୍ତିକରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭତ୍ତା ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ ପାଉଣା ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ଆଧାରରେ ଏବେ ସୁଧା ଶତକଡ଼ା ୯୦ ଭାଗରୁ ଊର୍ଦ୍ଧ୍ୱ ଇନ୍ଦିରା ଗାନ୍ଧୀ ଭତ୍ତା ହିତାଧିକାରୀଙ୍କ ଜମାଖାତାକୁ ସହାୟତା ରାଶି ପ୍ରଦାନ କରାଯାଉଛି। କେନ୍ଦ୍ରର ନିର୍ଦ୍ଦେଶାନାମାକୁ ଅନୁସରଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଡିବିଟି ଜରିଆରେ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଶତକଡ଼ା ୧୦୦ଭାଗ ହିତାଧିକାରୀଙ୍କ ଜମାଖାତାକୁ ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ହିତାଧିରୀଙ୍କ ଜମାଖାତା, ଆଧାରକାର୍ଡ ସଂଗ୍ରହକରି ଡିବିଟି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ଲାଗିପଡିଲେ। ଫଳରେ ମଧୁବାବୁ ଭତ୍ତା ଯୋଜନାରେ ପ୍ରାୟତଃ ଶତକଡା ୭୦ଭାଗ ହିତାଧିକାରୀଙ୍କ ଜମାଖାତାରେ ଭତ୍ତା ପାଉଣା ପୈଠ କରାଯାଇ ଆସୁଛି। ବାକି ଶତକଡ଼ା ୩୦ଭାଗ ହିତାଧିକାରୀଙ୍କୁ ଡିବିଟି ଜରିଆରେ ପାଉଣା ଦେବା ପାଇଁ ପ୍ରସ୍ତୁତି ଜାରି ରହିଥିଲା। ଏଭଳି ସ୍ଥିତିରେ ସରକାର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଜମାଖାତାରେ ଦେୟ ପୈଠ ନ କରି ପୂର୍ବଭଳି ହାତରେ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ବିଭାଗ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।
ଭତ୍ତା ଟଙ୍କା ହିତାଧିକାରୀଙ୍କୁ ହାତରେ ପ୍ରଦାନ କରିବାକୁ ଅର୍ଥ ପଞ୍ଚାୟତ ଜମାଖାତାକୁ ପ୍ରଦାନ କରାଯାଇ ସାରିଲାଣି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ମାତ୍ର କେଉଁ ହିତାଧିକାରୀ ମଧୁବାବୁ ପେନ୍‌ସନରେ ସାମିଲ ତା’ର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇ ପାରୁନାହିଁ। ତାଲିକା ପ୍ରଦାନରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇ ପାରୁନାହିଁ। ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରଦାନ ପରେ ଭତ୍ତା ବଣ୍ଟନ କରାଯିବ ବୋଲି ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ତେଣେ ହିତାଧିକାରୀଙ୍କ ସାଂକ୍ସନ ଅର୍ଡରକୁ ଦେଖି ମଧୁବାବୁ ହିତାଧିକାରୀ ତାଲିକା ବାହାର କରିବା ସମୟସାପେକ୍ଷ ହେଉଛି। ଏଭଳି ସ୍ଥିତିରେ ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବା ସମ୍ଭବ ହେଉନାହିଁ। ମଧୁବାବୁ ପେନ୍‌ସନ୍‌ ହିତାଧିକାରୀଙ୍କୁ ଏଯାଏ ଏପ୍ରିଲ ଓ ମେ’ର ଭତ୍ତା ମିଳିନାହିଁ। ଆସନ୍ତା ଜୁନ୍‌କୁ ମିଶାଇ ହିତାଧିକାରୀଙ୍କୁ ଏକାଥରକେ ୩ ମାସର ଭତ୍ତା ରାଶି ପ୍ରଦାନ କରାଯିବ। ହିତାଧିକାରୀଙ୍କ ପିଛା ୨୧୦୦ ଓ ୧୫୦୦ ଲେଖାଏ ଟଙ୍କା ପୈଠ କରାଯିବ। ନିର୍ଦ୍ଦେଶନାମାକୁ ଅନୁପାଳନ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କେତେ ଶୀଘ୍ର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସକ୍ଷମ ହେଉଛନ୍ତି, ତା’ଉପରେ ଭତ୍ତା ବଣ୍ଟନ ନିର୍ଭର କରୁଛି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନତି ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଭତ୍ତା ଟଙ୍କା ପଞ୍ଚାୟତ ଜମାଖାତାକୁ ପଠାଇ ଦିଆଯାଇଛି। ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଚାଲିଛି। ତୁରନ୍ତ ତାଲିକା ପ୍ରଦାନ କରାଯିବ। ପରେ ତାଲିକା ଆଧାରରେ ଟଙ୍କା ପୈଠ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ଦେଖିବାକୁ ଆସି ବଳାତ୍କାରର ଶିକାର ହେଲେ ଯୁବତୀ: ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୧୬ା୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ଗତ ୧୨ତାରିଖ ଧନୁଯାତ୍ରା ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ...

୧୮ରୁ ଚିଲିକାରେ ପକ୍ଷୀଗଣନା

ବାଲୁଗାଁ,୧୬ା୧: ଚଳିତମାସ ୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ,...

ପଞ୍ଚାୟତର ବିକାଶ ଲାଗି କାର୍ଯ୍ୟ କରିବାକୁ ସଂକଳ୍ପ

ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି ଓ ପୂର୍ବତନ ପଞ୍ଚାୟତ ଜନପ୍ରତିନିଧିମାନଙ୍କ ବୌଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁରୁବାର...

ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ ସ୍କ୍ବାଡ୍‌ କର୍ମଚାରୀ ଗୁରୁତର...

ବିଦ୍ୟାଳୟ ବାର୍ଷିକୋତ୍ସବରେ ଗୀତ ଗାଇଲେ ପ୍ରକଳ୍ପ ପ୍ରଶାସକ: ପାଠ ପଢ଼ିବା ପାଇଁ ଛାତ୍ରୀଙ୍କୁ ଦେଲେ ପରାମର୍ଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବକୁ ମୁଖ୍ୟ ଅତିଥି...

ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍‌ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର...

ନବ ଦାସ ହତ୍ୟା ଘଟଣାକୁ ନେଇ ବଡ଼କଥା କହିଦେଲେ ଦୀପାଳି

ଝାରସୁଗୁଡ଼ା,୧୬।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ...

ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାର! ସାମ୍ନାକୁ ଆସିଲା ଫୋନ କଲ୍‌ ଅଡିଓ

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ) ବରଗଡ଼ ଧନୁଯାତ୍ରା ସରିବା ପରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image