Categories: ଜାତୀୟ

ଡିଗ୍ରୀ ପାଇବା ପୂର୍ବରୁ ଯୌତୁକ ନ ନେବାକୁ ସ୍ବୀକାରୋକ୍ତି…

କାଲିକଟ୍‌,୨୧।୯: କେରଳର କାଲିକଟ୍‌ ବିଶ୍ୱବିଦ୍ୟାଳୟରେ ଯୋତୁକ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଯୌତୁକ ବିରୋଧି ସ୍ବୀକାର ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଭବିଷ୍ୟତରେ ସମ୍ପୃକ୍ତ ଶିକ୍ଷାର୍ଥୀ ଏହାକୁ ଅମାନ୍ୟ କରନ୍ତି ତେବେ ତାଙ୍କର ଡିଗ୍ରୀକୁ ରଦ୍ଦ କରାଯିବ ବୋଲି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଗତ ସପ୍ତାହରେ କୋଚିର କେରଳ ବିଶ୍ୱବିଦ୍ୟାଳୟର ଫିଶ୍‌ ଆଣ୍ଡ ଓସିନ୍‌ ଷ୍ଟଡ଼ିଜ୍‌ର ୩୮୬ ଜଣ ଶିକ୍ଷାର୍ଥୀ ଏହି ସ୍ବୀକାର ପତ୍ରରେ ଦସ୍ତଖତ କରିଛନ୍ତି।

ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁଙ୍କ ଦ୍ୱାରା ପ୍ରଥମେ ଏଭଳି ଅଭିନବ ପ୍ରୟାସ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ଏହାକୁ ସମର୍ଥନ କରିଥିଲେ। ରାଜ୍ୟରେ ଯୌତୁକ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି।

 

Share