ମୋରଡ଼ା,୩୧।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଟୁକପଳାଶିଆ ଗ୍ରାମର ଜଣେ ମହିଳା ଜୀବିତ ଥିବା ବେଳେ ପଲ୍ଲୀସଭାରେ ତାଙ୍କୁ ମୃତ ଦର୍ଶାଇ ବିଜୁ ପକ୍କାଘର ପାଇବାରୁ ବଞ୍ଚତ୍ତ କରାଯାଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ମହିଳା ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଟୁକପଳାଶିଆ ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ସ୍ତ୍ରୀ ଲବଙ୍ଗୀଙ୍କ ନାମରେ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଆସିଥିଲା। ଏନେଇ ପଳାସମୁଣ୍ଡୁଳି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ନୋଟିସ ବୋର୍ଡରେ ଦିଆଯାଇଥିବା ତାଲିକା(କ୍ରମାକ ନଂ.୬୩୭)ରେ ତାଙ୍କ ନାମ ମଧ୍ୟ ରହିଥିଲା। କିନ୍ତୁ ଗ୍ରାମରେ ହୋଇଥିବା ପଲ୍ଲୀସଭାରେ ଲବଙ୍ଗୀଙ୍କୁ ମୃତ ଘୋଷଣା କରାଯିବାରୁ ସେ ବିଜୁ ପକ୍କାଘର ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିବା ସହ ଯଥାଶୀଘ୍ର ତାଙ୍କୁ ବାସଗୃହ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।