୨୯ରେ ‘ଇଦ୍‌-ଉଲ୍‌-ଜୁହା’ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): ଚଳିତ ଜୁନ୍‌ ୨୯ ତାରିଖ(ଗୁରୁବାର) ‘ଇଦ୍‌-ଉଲ୍‌-ଜୁହା’ ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩୦ (ଶୁକ୍ରବାର) ଦିନଟିକୁ ‘ଇଦ୍‌-ଉଲ୍‌-ଜୁହା’ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ବିଜ୍ଞପ୍ତି ଅନୁସାରେ ଜୁନ୍‌ ୩୦ ତାରିଖ ପରିବର୍ତ୍ତେ ଜୁନ୍‌ ୨୯ ତାରିଖକୁ ‘ଇଦ୍‌-ଉଲ୍‌-ଜୁହା’ ପର୍ବ ନିମନ୍ତେ
୨୯ରେ ‘ଇଦ୍‌-ଉଲ୍‌-ଜୁହା’…
ଛୁଟି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁଯାୟୀ ଜୁନ୍‌ ୨୯ରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନ ଏବଂ ରାଜସ୍ବ ଓ ମାଜିଷ୍ଟେରିଆଲ୍‌ କୋର୍ଟ (ଏକ୍‌ଜିକୁଟିଭ୍‌) ବନ୍ଦ ରହିବ।

Share