ଝାରସୁଗୁଡା ଉପ ନିର୍ବାଚନ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର,୨୧ା୪(ବ୍ୟୁରୋ)-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ’ ୧୦ ତାରିଖରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଛୁଟି ସଂକ୍ରାନ୍ତରେ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତା ମେ’ ୧୦ ତାରିଖ (ବୁଧବାର) ଝାରସୁଗୁଡ଼ା ର୍ନିବାଚନମଣ୍ଡଳୀ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଅଫିସ, ମାଜିଷ୍ଟ୍ରେଟ୍‌ କୋର୍ଟ, ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ବନ୍ଦ ରହିବ । ମତାଧିକାର ସାବ୍ୟସ୍ତ କରିବା ପାଇଁ କର୍ମଚାରୀମାନଙ୍କ ନିମନ୍ତେ ଏହି ଛୁଟି ଘୋଷଣା କରାଯାଇଛି।

Share