ଫଳନ୍ତି ଗଛର ମୂଲ୍ୟ ଘୋଷଣା

କୁଜଙ୍ଗ,୨୯ା୧୨(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ପାନବରଜ ଭଙ୍ଗା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ, ଗଛ ଚିହ୍ନଟ ପ୍ରକ୍ରିୟା ଆଗେଇ ଚାଲିଛି। ଶୁକ୍ରବାର ପ୍ରକଳ୍ପ ନିମନ୍ତେ ଫଳନ୍ତି ଗଛର ମୂଲ୍ୟ ନିର୍ଦ୍ଧାରଣ କରାଯାଇ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରଯାଇଛି। ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୧ ମେ ମାସର ସର୍ଭେକୁ ନେଇ ଏହି ମୂଲ୍ୟ ସ୍ଥିର କରାଯାଇଛି। ଏଥିରେ ମୁଖ୍ୟତଃ ବର୍ଷକର କାଜୁଗଛର ମୂଲ୍ୟ ସର୍ବନିମ୍ନ ୪୧୫ଟଙ୍କା ଥିବା ବେଳେ ସର୍ବାଧିକ ୯୫୧୦ଟଙ୍କା ରହିଛି। ସେହିପରି ଆମ୍ବ ଗଛର ସର୍ବନିମ୍ନ ମୂଲ୍ୟ ୯୬୭ଟଙ୍କା ଓ ସର୍ବାଧିକ ୧୨,୭୯୦ଟଙ୍କା, ନଡିଆଗଛର ସର୍ବନିମ୍ନ ମୂଲ୍ୟ ୧୪୦୫ ଟଙ୍କା ଓ ସର୍ବାଧିକ ୮୧୧୦ଟଙ୍କା, ସଜନା ଗଛର ସର୍ବନିମ୍ନ ମୂଲ୍ୟ ୨୬୪ଟଙ୍କା ଓ ସର୍ବାଧିକ ୧୧୦୪ଟଙ୍କା, ପଣସ ଗଛର ସର୍ବନିମ୍ନ ମୂଲ୍ୟ ୧୦୭୮ଟଙ୍କା ଓ ସର୍ବାଧିକ ୯୮୪୪ଙ୍କା ଏବଂ ଜାମୁଗଛର ସର୍ବନିମ୍ନ ମୂଲ୍ୟ ୧୭୫ଟଙ୍କା ଓ ସର୍ବାଧିକ ୪ହଜାର ଟଙ୍କା ରଖାଯାଇଛି। ଏବେ ହତା ଭିତରେ ଥିବା ଗଛଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହାପରେ ଜଙ୍ଗଲ କମିଟିର ଗଛ ଚିହ୍ନଟ ଆରମ୍ଭ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ରବିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ...

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ରବିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

ଗଞ୍ଜେଇ ଭର୍ତ୍ତି ୨ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍‌ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବାବେଳେ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri