କୁଜଙ୍ଗ,୨୯ା୧୨(ଡି.ଏନ୍.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ପାନବରଜ ଭଙ୍ଗା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ, ଗଛ ଚିହ୍ନଟ ପ୍ରକ୍ରିୟା ଆଗେଇ ଚାଲିଛି। ଶୁକ୍ରବାର ପ୍ରକଳ୍ପ ନିମନ୍ତେ ଫଳନ୍ତି ଗଛର ମୂଲ୍ୟ ନିର୍ଦ୍ଧାରଣ କରାଯାଇ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରଯାଇଛି। ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୧ ମେ ମାସର ସର୍ଭେକୁ ନେଇ ଏହି ମୂଲ୍ୟ ସ୍ଥିର କରାଯାଇଛି। ଏଥିରେ ମୁଖ୍ୟତଃ ବର୍ଷକର କାଜୁଗଛର ମୂଲ୍ୟ ସର୍ବନିମ୍ନ ୪୧୫ଟଙ୍କା ଥିବା ବେଳେ ସର୍ବାଧିକ ୯୫୧୦ଟଙ୍କା ରହିଛି। ସେହିପରି ଆମ୍ବ ଗଛର ସର୍ବନିମ୍ନ ମୂଲ୍ୟ ୯୬୭ଟଙ୍କା ଓ ସର୍ବାଧିକ ୧୨,୭୯୦ଟଙ୍କା, ନଡିଆଗଛର ସର୍ବନିମ୍ନ ମୂଲ୍ୟ ୧୪୦୫ ଟଙ୍କା ଓ ସର୍ବାଧିକ ୮୧୧୦ଟଙ୍କା, ସଜନା ଗଛର ସର୍ବନିମ୍ନ ମୂଲ୍ୟ ୨୬୪ଟଙ୍କା ଓ ସର୍ବାଧିକ ୧୧୦୪ଟଙ୍କା, ପଣସ ଗଛର ସର୍ବନିମ୍ନ ମୂଲ୍ୟ ୧୦୭୮ଟଙ୍କା ଓ ସର୍ବାଧିକ ୯୮୪୪ଙ୍କା ଏବଂ ଜାମୁଗଛର ସର୍ବନିମ୍ନ ମୂଲ୍ୟ ୧୭୫ଟଙ୍କା ଓ ସର୍ବାଧିକ ୪ହଜାର ଟଙ୍କା ରଖାଯାଇଛି। ଏବେ ହତା ଭିତରେ ଥିବା ଗଛଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହାପରେ ଜଙ୍ଗଲ କମିଟିର ଗଛ ଚିହ୍ନଟ ଆରମ୍ଭ ହେବ ବୋଲି କୁହାଯାଇଛି।