Categories: ଜାତୀୟ

‘ହିମାଚଳକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କର’

ଶିମ୍‌ଲା,୧୩ା୯(ପି.ଟି.): ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିକଟରେ ଘଟିଥିବା ହିମାଚଳପ୍ରଦେଶ ବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ପ୍ରିୟଙ୍କା ବର୍ଷା କ୍ଷତିଗ୍ରସ୍ତ କୁଲ୍ଲୁ ଜିଲାକୁ ଯାଇ ରିଲିଫ୍‌ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ। ଉତ୍ତରାଖଣ୍ଡର କୁଲ୍ଲୁ ଏବଂ ମଣ୍ଡି ଜିଲାରେ ଗତ ଜୁଲାଇ ୧୪ ଓ ୧୫ରେ ପ୍ରବଳ ବର୍ଷାଜନିତ ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏଥିରେ ବହୁ ଲୋକ ପ୍ରାଣ ହରାଇବା ସହ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସରକାର ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଭାବିତ ପରିବାରକୁ ସହାୟତା ଯୋଗାଉଥିବାବେଳେ ସେଠାରେ ସ୍ବାଭାବିକ ଅବସ୍ଥା ଫେରିବା ସହ ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଜରୁରୀ ହୋଇପଡ଼ିଛି। କୃଷକମାନେ ଯେଉଁ ଆର୍ଥତ୍କ କ୍ଷତି ସହିଛନ୍ତି, ତାହା କେନ୍ଦ୍ର ସରକାର ଭରଣା କରିବା ଆବଶ୍ୟକ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା କହିଛନ୍ତି।

Share