ଭୁବନେଶ୍ୱର,୧୨।୪: ଦଳ ଟିକେଟ ଦେବା ପୂର୍ବରୁ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ପିସିସି ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ। ଏକ ସାଧାରଣ ସଭାରେ କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ଲଢିବେ ବୋଲି ପ୍ରଦୀପ୍ତ ଘୋଷଣା କରିଛନ୍ତି।
ନିଶ୍ଚିନ୍ତକୋଇଲି ବ୍ଲକ ଦାମୋଦରପୁରରେ ପ୍ରଦୀପ୍ତ ଏକ ସଭା କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ହୋଇଥିବା ବୈଠକରେ ଏଆଇସିସି ସଭାପତିଙ୍କ ସହ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ମାହାଙ୍ଗା କଂଗ୍ରେସ ପ୍ରାର୍ଥୀ ଭାବେ ଚୟନ କରିଥିବା ନେଇ ପ୍ରଦୀପ୍ତ ଦୃଢ଼ତା ପ୍ରକାଶ କରିଛନ୍ତି।