ଶାହିଦ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନେଇ ଚାଇନା ଦେଲା ବାଧା…

ଜେନେଭା,୧୯।୧୦ : ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୋଏବା ସଦସ୍ୟ ଶାହିଦ ମେହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ଏକ ପ୍ରସ୍ତାବକୁ ଚାଇନା ବାଧା ଦେଇଛି। ଏହା ହେଉଛି ଚତୁର୍ଥ ମାମଲା ଯେଉଁଥିରେ ଚାଇନା ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବାକୁ ମନା କରିଦେଇଛି। ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର ପାକିସ୍ତାନକୁ ଏନେଇ ସମର୍ଥନ କରିଛନ୍ତି।

ଏଭଳି କରି ଚାଇନା କ୍ରମାଗତ ଭାବରେ ପାକିସ୍ତାନକୁ ସମର୍ଥନ କରୁଛି। ବାସ୍ତବରେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ କାଏଦା ପ୍ରତିବନ୍ଧକ କମିଟି ଅଧୀନରେ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତ ଏବଂ ଆମେରିକାର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ପାକିସ୍ତାନର ଏହି ଆତଙ୍କବାଦୀଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ଅଣାଯାଇଥିବା ପ୍ରସ୍ତାବକୁ ଚାଇନା ପକ୍ଷରୁ ବିରୋଧ କରାଯାଇଛି। ଡିସେମ୍ବର ୨୦୧୬ରେ ଆମେରିକାର ଟ୍ରେଜେରୀ ବିଭାଗ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିଥିଲା।

Share