Categories: ବାଣିଜ୍ୟ

ଶେୟାର ବଜାର କାରବାରରେ ହ୍ରାସ

ମୁମ୍ବାଇ,୨୨।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ସେନସେକ୍ସ ୭୩ (୭୩.୪୮) ପଏଣ୍ଟ କମି ୮୧,୧୫୧ (୮୧,୧୫୧.୨୭) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର ନିଫ୍ଟି-୫୦ ରେ ମଧ୍ୟ ୭୩ (୭୨.୯୫) ପଏଣ୍ଟ ହ୍ରାସ ଘଟି ୨୪,୭୮୧ (୨୪,୭୮୧.୧୦) ଅଙ୍କରେ କାରବାର ଶେଷ ହୋଇଥିଲା।

Share