କମୁଛି କରୋନା ଗ୍ରାଫ୍‌ : ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଫେରିବା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଏହାକୁ ମାାନିଲେ ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ। ବହୁତ ଅଳ୍ପ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସ୍ବାସ୍ଥ୍ୟ ବିଭାଗର ନିୟମ କହୁଛି ଭିଡ଼ କରିବା ନାହିଁ କି ଭିଡ଼ କୁ ଯିବା ନାହିଁ । ପାନ୍‌ଡେମିକ ରୁଲ କହୁଛି ଧୀରେ ଧୀରେ କଟକଣା କୋହଳ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇଛି । ପରେ ପୁଣି ସ୍କୁଲ ପାଇଁ ସରକାର ନିଷ୍ପତି ନେବେ । ଆମକୁ ସତର୍କ ହେବାକୁ ପଡ଼ିବ । ଯାହାଦ୍ୱାରା କରୋନା ସଂକ୍ରମଣ କମିବ ।

Share