Advertisement

କମୁଛି ଗଞ୍ଜାମରେ, ବଢ଼ୁଛି ଖୋର୍ଦ୍ଧାରେ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଏକ ପ୍ରକାର ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଥିବା ବେଳେ ବର୍ତ୍ତମାନ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଜିଲା। ମଙ୍ଗଳବାର ରାଜ୍ୟରେ ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ୪୨୩ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମରୁ ୨୧୨ ଆକ୍ରାନ୍ତ ଅଛନ୍ତି। ଯାହା ଖୋର୍ଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍‌।
ସୂଚନାଯୋଗ୍ୟ, ମଙ୍ଗଳବାର ରାଜ୍ୟରେ ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share