ଗଞ୍ଜାମରେ କମୁୁଛି, ଖୋର୍ଦ୍ଧାରେ ବଢୁଛି

ଭୁବନେଶ୍ୱର,୯।୮(ବ୍ୟୁରୋ): ଗଞ୍ଜାମ ପରେ ଏବେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। କିଛିଦିନ ଧରି ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ତାହା କମୁଥିବା ଦେଖାଯାଉଛି। ଅପରପକ୍ଷେ ଖୋର୍ଦ୍ଧାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃ୍‌ଦ୍ଧି ପାଉଛି। ରବିବାର ଜିଲାରୁ ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି ୨୨୨ ସଂକ୍ରମିତ। ପର୍ଯ୍ୟାୟକୁ ଦେଖିଲେ ଖୋର୍ଦ୍ଧାରେ ଧିରେ ଧିରେ ସଂକ୍ରମଣ ହାର ବଢ଼ୁଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନର ଆକଳନ ଅନୁଯାୟୀ ଖୋର୍ଦ୍ଧାରେ ଏବେ ମୋଟ ୬୪୪୫ ସଂକ୍ରମିତ ଥିବା ବେଳେ ୩୩୮୧ ଆକ୍ଟିଭ କେସ୍‌ ରହିଛି।

ପ୍ରକାଶ ଯେ, ରାଜ୍ୟରେ ରବିବାର ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୋଳରୁ ୪, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୧, ଭଦ୍ରକରୁ ୫୮, ବଲାଙ୍ଗୀରରୁ ୬, କଟକରୁ ୧୭୭, ଦେବଗଡ଼ରୁ ୫, ଢ଼େଙ୍କାନାଳରିୁ ୨୯, ଗଜପତିରୁ ୮୫, ଗଞ୍ଜାମରୁ ୨୨୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୫୯, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨୭, ଖୋର୍ଦ୍ଧାରୁ ୩୪୨, କୋରାପୁଟରୁ ୬୦, ମାଲକାନଗିରିରୁ ୫୨, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୨୨, ପୁରୀରୁ ୫୫, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୪, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୧୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share