କମୁଛି ସଂଖ୍ୟା: ରାଜ୍ୟରେ ୬୪୪ ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୭୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସର୍ବାଧିକ ୭୩ ଆକ୍ରାନ୍ତ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୯, ବାଲେଶ୍ୱରରୁ ୧୩, ବରଗଡ଼ରୁ ୧୪ , ଭଦ୍ରକରୁ ୧୯, ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୩, କଟକରୁ ୩୮ , ଦେବଗଡ଼ରୁ ୩, ଢେଙ୍କାନାଳରୁ ୬, ଭଜପତିରୁ ୩ ଓ ଗଞ୍ଜାମରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୨୭, ଯାଜପୁରର ୧୭ , ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୧୫ , କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୭, କୋରାପୁଟରୁ ୧, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୫୯ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୧୫ , ନୟାଗଡ଼ରୁ ୯, ନୂଆପଡ଼ାରୁ ୯, ପୁରୀରୁ ୩୪, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୫ ଓ ସୁବର୍ଣ୍ଣପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧୦୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮୦ ଚିକିତ୍ସାଧୀନ ଅଛନ୍ତି। ୨୯୯୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share