କମୁଛି ସଂଖ୍ୟା: ରାଜ୍ୟରେ ୭୭୮ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାକୁ ପଛରେ ପକାଇଲା ଅନୁଗୋଳ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୭୭୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସର୍ବାଧିକ ୬୮ ଆକ୍ରାନ୍ତ ଅନୁଗୋଳ ଜିଲାରୁ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬୧, ବରଗଡ଼ରୁ ୩୦ , ଭଦ୍ରକରୁ ୬, ବଲାଙ୍ଗୀରରୁ ୨୯, ବୌଦ୍ଧରୁ ୩, କଟକରୁ ୫୪ , ଦେବଗଡ଼ରୁ ୩, ଢେଙ୍କାନାଳରୁ ୧୨, ଗଜପତିରୁ ୨ ଓ ଗଞ୍ଜାମରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୪୦, ଯାଜପୁରର ୨୧ , ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୧୩ , କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୫୩, ଖୋର୍ଦ୍ଧାରୁ ୬୧, କୋରାପୁଟରୁ ୧୦, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୫୮ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୧୦ , ନୟାଗଡ଼ରୁ ୪, ନୂଆପଡ଼ାରୁ ୫, ପୁରୀରୁ ୨୦, ରାୟଗଡ଼ାରୁ ୪, ସମ୍ବଲପୁରରୁ ୪୦, ସୁବର୍ଣ୍ଣପୁରରୁ ୨ ଓ ସୁନ୍ଦରଗଡ଼ରୁ ୬୪ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧୩୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୪୮ ଚିକିତ୍ସାଧୀନ ଅଛନ୍ତି। ୩୦୩୮୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share