Categories: ବାଣିଜ୍ୟ

ଦେଶରେ ତେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ଲାଗୁ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଓ ଯାତାୟାତରେ ଅନେକ ଫରକ ଦେଖାଦେଲା। ଏହାର ପ୍ରଭାବ ସିଧା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ପଡ଼ିଲା ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ ବର୍ଷରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ପ୍ରାୟ ୯.୧% କମିଥିବା ଜଣାପଡ଼ିଛି। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ପ୍ରଥମ ଥର ପାଇଁ ବ୍ୟାପକ ଭାବେ ହ୍ରାସ ପାଇଛି। ଦେଶରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨୧୪.୧୨ ନିୟୁତ ଟନ୍‌ ପେଟ୍ରୋଲିୟମ ସାମଗ୍ରୀ ବ୍ୟବହାର ହୋଇଥିଲା ବେଳେ ୨୦୨୦-୨୧ରେ ଏହା ୧୯୪.୬୩ ନିୟୁତ ଟନକୁ ଖସି ଆସିଛିି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ (ପିପିଏସି) ପକ୍ଷରୁ କୁହାଯାଇଛି।

Share