ବନ୍ଦ କୋଠରିରୁ ଗଳିତ ମୃତଦେହ ଜବତ: ସମ୍ପତ୍ତି ଲୋଭରେ ହତ୍ୟା ସନ୍ଦେହ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣା ଅଞ୍ଚଳର ଏକ ବନ୍ଦ ଘରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ କରାଯାଇଛି। ମୃତବ୍ୟକ୍ତି ଜଣକ ହେଲେ ବିଭୂତି ଭୂଷଣ ଦାନି(୪୮)। ବିଭୂତିଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ କବାଟ ଭାଙ୍ଗିି ଭିତରକୁ ପଶିଥିଲା। ଖଟ ଉପରେ ବିଭୂତିଙ୍କ ଗଳିତ ମୃତଦେହ ପଡିଥିଲା। ଘରସାରା ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛି। ମୃତଦେହର ସ୍ଥିତିରୁ ୪ରୁ ୫ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି। ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରିଛନ୍ତି। ସେମାନଙ୍କ କହିବାନୁସାରେ, ବିଭୂତି ମାନସିକ ରୋଗୀ ଥିଲେ। ତାଙ୍କର ବିପୁଳ ସମ୍ପତ୍ତି ଥିବାବେଳେ କେହି ଉତ୍ତରାଧିକାରୀ ନ ଥିଲେ। ସମ୍ପତ୍ତି ଲୋଭରେ କେହି ଏପରି ଘଟଣା ଘଟାଇପାରିଥାନ୍ତି। ଘର ପଛପଟେ ରହୁଥିବା କେୟାର ଟେକରଙ୍କ ସହ ତାଙ୍କର ବହୁ ସମୟରେ ଝଗଡ଼ା ହେଉଥିଲା। ତେବେ ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ଜଣାପଡିନି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏଥିସହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ବିଭୂତିଙ୍କ ପୈତୃକ ଘର ଜଗତ୍‌ସିଂହପୁରରେ ହୋଇଥିବାବେଳେ ସେ ଦୀର୍ଘବର୍ଷ ହେବ ବ୍ରହ୍ମେଶ୍ୱର ପାଟଣା ଓ୍ବାର୍ଡ ନଂ.୫୮ରେ ଏକ ୨ମହଲା ଘର କରି ରହୁଥିଲେ। ତାଙ୍କର ସ୍ତ୍ରୀ ଓ ପିଲାପିଲି କେହି ନ ଥିବାବେଳେ ଭାଇ ଓ ପରିବାର ସଦସ୍ୟ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ରୁହନ୍ତି। ବିଭୂତିଙ୍କ ଘର ପରିସର ପଛ ପାର୍ଶ୍ୱରେ କେୟାର ଟେକର ରହୁଥିଲେ। ୫ରୁ ୬ ଦିନ ହେବ ବିଭୂତି ଘରୁ ବାହାରି ନ ଥିଲେ। ଘରର କବାଟ ବନ୍ଦ ରହିଥିଲା। ପଡୋଶୀ ଓ ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ନ ଦେଖି କେୟାର ଟେକରଙ୍କୁ ପଚାରିଥିଲେ ମଧ୍ୟ କିଛି ସୂଚନା ପାଇପାରି ନ ଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ଶନିବାର ଉକ୍ତ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବା ପରେ ସନ୍ଦେହ ଆହୁରି ବଢ଼ିଯାଇଥିଲା। ପଡୋଶୀ ଲୋକେ ସ୍ଥାନୀୟ କର୍ପୋରେଟର ପୁଷ୍ପା ଦାସଙ୍କୁ ଖବର ଦେଇଥିଲେ। କର୍ପୋରେଟରଙ୍କଠାରୁ ସୂଚନା ପାଇ ବଡଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। କର୍ପୋରେଟରଙ୍କ ସହଯୋଗରେ ପ୍ରଦୀପ୍ତ ଟ୍ରଷ୍ଟ ବୋର୍ଡର ଶବବୁହା ଗାଡ଼ିରେ ମୃତଦେହ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।

Share