ସଜେଇ ହେଉଛି ପ୍ରାଥମିକ-ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ପ୍ରଥମ ପର୍ଯ୍ୟାୟରେ ୫୪ଟି ବିଦ୍ୟାଳୟକୁ ରୂପାନ୍ତର

ଦାରିଙ୍ଗବାଡି,୪।୪ (ଅରୁଣ ସାହୁ):ଏବେ ଆଉ ବିଦ୍ୟାଳୟକୁ ଯିବାକୁ ଛାତ୍ରୀଛାତ୍ରଙ୍କ ମୁହଁରୁ ନା ଶୁଣିବାକୁ ମିଳିବନି। ଅଭିଭାବକମାନେ ଏଣିକି ଘରୋଇ ବଦଳରେ ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ପଠାଇବେ। ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ଦାରିଙ୍ଗବାଡି ପ୍ରଶାସନ ଅଣ୍ଟା ଭିଡିଛି। ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ୫୪ ଟି ବିଦ୍ୟାଳୟକୁ ରୂପାନ୍ତର କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି।

ମରାମତି ଆବଶ୍ୟକ ଥିବା ବିଦ୍ୟାଳୟକୁ ମରାମତି କରାଯିବା ସହ ଶୁଦ୍ଧପାନୀୟ ଜଳ ପାଇଁ ଆକ୍ୱାରେ ଜଳ ଯୋଗାଣ, ବିଦ୍ୟୁତ ପାଇଁ ଇନଭେଟର ବ୍ୟବସ୍ଥା, ବିଦ୍ୟାର୍ଥୀଙ୍କ ପାଠ ପଢିବା ସୁବିଧା ପାଇଁ ବ୍ୟଞ୍ଚ, ଟେବୁଲ ବ୍ୟବସ୍ଥା, ବିଦ୍ୟାଳୟକୁ ଆକର୍ଷଣୀୟ କରିବା ପାଇଁ କାନ୍ଥରେ ପୁଟି, ପ୍ରାଇମର,ଓ ରଙ୍ଗ ଦିଆଯିବା ବ୍ୟବସ୍ଥା କରାଯାଉଛି। ରଙ୍ଗ ବେରଙ୍ଗ ଚିତ୍ର, ପାରମ୍ପରିକ, ବିଜ୍ଞାନ ସମ୍ବର୍ଦ୍ଧିତ ଚିତ୍ର ସହ ସ୍ଥାନୀୟ ଓ ପଶ୍ଚିମ ଓଡିଶାର ପାରମ୍ପରିକ ଚିତ୍ର, ସେହିପରି ଭିଡିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଦୁଇଟି ଲେଖାଏ ଏଲଡିଟିଭି ବ୍ୟବସ୍ଥା ସହ କାନ୍ଥ ଘଣ୍ଟା, ସମସ୍ତ ପ୍ରକାର ମ୍ୟାପ, ଫୁଲ ବଗିଚା ବ୍ୟବସ୍ଥା, ଲାଇବ୍ରେରୀ ଓ ପାଠ୍ୟ ଉପକରଣ ରଖିବା ବ୍ୟବସ୍ଥା ଆଦି କରାଯାଉଛି ବୋଲି ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଏବେ ବୁଡଗୁଡା, ଅଲାଞ୍ଜୁରୀ ଭଳି ଦୁର୍ଗମ ଅଞ୍ଚଳରେ ରୂପାନ୍ତର କାର୍ଯ୍ୟ ସାରିଥିବା ବେଳେ ଅନ୍ୟ ବିଦ୍ୟାଳୟଗୁଡିକ ଜୋରଦାର କାର୍ଯ୍ୟ ଚାଲିଥିବା ଓ ପ୍ରତେକ ବିଦ୍ୟାଳୟ ପାଇଁ ୪ ଲକ୍ଷ ୬୦ ହଜାର ଅର୍ଥ ବ୍ୟୟବରାଦ କରାଯାଉଛି ବ୍ଲକର ବ୍ୟାଙ୍କକୁ ଆସୁଥିବା ବିଭିନ୍ନ ଯୋଜନାରେ ଅନୁଦାନର ଇଂଟରେଷ୍ଟ ଅର୍ଥରୁ ଏହା ବ୍ୟୟ କରି ରୂପାନ୍ତର କରାଯାଉଥିବା ବିଡ଼ିଓ କହିଛନ୍ତ।

Share