ସକାରାତ୍ମକ ଉର୍ଜା ଓ ସୌଭାଗ୍ୟ ବୃଦ୍ଧି ପାଇଁ ସର୍ବଦା ବାସ୍ତୁ ଅନୁଯାୟୀ ଘରର ସାଜସଜ୍ଜା କରିବା ଜରୁରୀ ା ଜାଣନ୍ତୁ କ’ଣ ରହିଛି ବାସ୍ତୁ ଅନୁଯାୟୀ ଘରସଜ୍ଜାର ନିୟମ..
-ମୁଖ୍ୟ ଦ୍ୱାର ସମ୍ମୁଖରେ ଥିବା କାନ୍ଥ କେବେ ବି ଖାଲି ରଖନ୍ତୁ ନାହିଁ । ଖାଲି କାନ୍ଥ ଏକାକିତ୍ୱକୁ ସୂଚାଇଥାଏ ଏବଂ ଦୁଃଖ ଓ ନକାରାମତ୍କତା ବଢାଏ । ସେଥିପାଇଁ ମୁଖ୍ୟଦ୍ୱାର ପାଖ କାନ୍ଥରେ ଭଗବାନଙ୍କର ମୂର୍ତ୍ତି ବା ଅନ୍ୟ ଘରସଜ୍ଜା ଜିନିଷ ରଖିପାରିବେ ।
-ଯଦି ଗଣେଶ ବା ବୁଦ୍ଧ ମୂର୍ତ୍ତି ରଖିଛନ୍ତି ତେବେ ଏହା ବହୁତ ଶୁଭ ଅଟେ ଏବଂ ଘର ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହେ ।
-ଘର ସ୍ବାସ୍ଥ୍ୟ ଓ ସମ୍ପତ୍ତିକୁ ପ୍ରଭାବିତ କରିଥାଏା ସେଥିପାଇଁ ଶୋଇବା ଘର ବାସ୍ତୁ ନିୟମ ଅନୁଯାୟୀ ସଜେଇବା ଉଚିତ । ଏଠାରେ ଭଲ ଭାବରେ ସୂର୍ଯ୍ୟ କିରଣ ଓ ତାଜା ପବନ ଆସିବା ଭଳି ଝରକା ରହିବା ଦରକାର । ଏଠାରେ ବେଶି ଆସବାବପତ୍ର ରଖ୍ତ୍ବା ଅନୁଚିତ । ଶୋଇବା ଘରେ ସର୍ବଦା ଗୋଟିଏ ଖଟ ରଖିବା ଭଲ । ଏହାଦ୍ୱାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ଏକତ୍ୱ ବଢିଥାଏ । ଖଟକୁ ସର୍ବଦା ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ ।
-ପେଣ୍ଟିଂ ଲଗାଉଥିଲେ ବାସ୍ତୁଶାସ୍ତ୍ର ଅନୁସାରେ ସବୁବେଳେ ସିନେରୀ ପରି ତଥା ନଦୀ ଝରଣା ବା ପ୍ରବାହିତ ସ୍ରୋତ ପରି ପେଣ୍ଟିଂ, ଗୋଲ୍ଡ ଫିସ୍ର ଚିତ୍ର ଇତ୍ୟାଦି ଲଗାନ୍ତୁ। ଏହା ଘରର ସକାରାତ୍ମକ ଶକ୍ତି ଓ ବିଭବ ବୃଦ୍ଧି କରିଥାଏ ।