କୌଣସି ସ୍ପେଶାଲ ଅବସରରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ ସମ୍ପର୍କରେ…
ଜ୍ୟୋମେଟ୍ରିକ୍ ଡିଜାଇନ: ଏଭଳି ଡିଜାଇନକୁ ବର୍ତ୍ତମାନ ଅଧିକାଂଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କାରଣ ପାରମ୍ପରିକ ମେହେନ୍ଦୀ ଡିଜାଇନଗୁଡ଼ିକ ତୁଳନାରେ ଏଥିରେ କରାଯାଉଥିବା ଟ୍ରାଇଙ୍ଗଲ, ସ୍କୋୟାର, ରାଉଣ୍ଡ, ରମ୍ବସ୍ ଭଳି ଡିଜାଇନ ନିଆରା ଲାଗୁଛି।
ଫ୍ଲୋରାଲ ଡିଜାଇନ: ଏଭଳି ଡିଜାଇନ ଅପେକ୍ଷାକୃତ ଆକର୍ଷଣୀୟ ଲାଗିଥାଏ। ଏଥିରେ ପୂରା ହାତ ହେଉ କିମ୍ବା ପାପୁଲିର ଅଳ୍ପ ଅଳ୍ପ ସ୍ଥାନରେ ବିଭିନ୍ନ ଫୁଲ ଡିଜାଇନ୍ କରାଯାଇଥାଏ। ଏଭଳି ଡିଜାଇନ କରିବାକୁ ଚାହୁଁଥିଲେ ଫୁଲର ପାଖୁଡ଼ାଗୁଡ଼ିକୁ ଅଧିକ ଡିପ୍ କରି ପତଳା ଲାଇନ୍ରେ ଡାଳ ଏବଂ ପତ୍ର କରିପାରିବେ। ବର୍ତ୍ତମାନ ଟ୍ରେଣ୍ଡରେ ଥିବା ଗୋଲାପଫୁଲ ଡିଜାଇନ ଟ୍ରାଏ କରିପାରିବେ।
ଫିଙ୍ଗର ମେହେନ୍ଦୀ ଡିଜାଇନ: ଯେଉଁମାନଙ୍କୁ ହାତ ଭର୍ତ୍ତିକରି ମେହେନ୍ଦୀ ଲଗାଇବା ଏତେ ପସନ୍ଦ ନୁହେଁ କିମ୍ବା ମେହେନ୍ଦୀରେ କିଛି ୟୁନିକ୍ ଡିଜାଇନ କରିବାକୁ ଇଚ୍ଛା ସେମାନଙ୍କ ପାଇଁ ଫିଙ୍ଗର ମେହେନ୍ଦୀ ଡିଜାଇନ ସବୁଠୁ ଭଲ ଅପ୍ସନ। ଏଥିରେ ଆପଣ ହାତର ଉଭୟ ଉପର ଏବଂ ଭିତର ପଟ ଆଙ୍ଗୁଠିରେ ସୁନ୍ଦର ସୁନ୍ଦର ଡିଜାଇନ କରିପାରିବେ। ଏଥିରେ ରିଙ୍ଗ୍ ଡିଜାଇନ ଅପେକ୍ଷାକୃତ ଆକର୍ଷଣୀୟ ଲାଗିଥାଏ।
ଗ୍ଲିଟର ମେହେନ୍ଦୀ: ଅନ୍ୟ ସବୁ ମେହେନ୍ଦୀ ଡିଜାଇନ ତୁଳନାରେ ବର୍ତ୍ତମାନ ଗ୍ଲିଟର ମେହେନ୍ଦୀ ଅନେକମାନଙ୍କୁ ଅଧିକ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି। କାରଣ ଏଥିରେ କେବଳ ମେହେନ୍ଦୀର ଗୋଟିଏ ରଙ୍ଗ ନୁହେଁ ବରଂ ଏହା ସହ ବିଭିନ୍ନ ପ୍ରକାର ଗ୍ଲିଟର ରଙ୍ଗ ରହୁଛି। ଫଳରେ ଡିଜାଇନ କଲରଫୁଲ୍ ଏବଂ ଅଧିକ ସୁନ୍ଦର ଲାଗୁଛି। ତା’ଛଡ଼ା ଅନେକେ ଏହାକୁ ନିଜ ଗେଟ୍ଅପ୍ର ରଙ୍ଗ ସହ ମ୍ୟାଚ୍କରି ମଧ୍ୟ ଲଗାଇ ପାରୁଛନ୍ତି। ଯଦି ଆପଣଙ୍କୁ ବି ନିଜ ମେହେନ୍ଦୀକୁ କିଛି ନୂଆ ଲୁକ୍ ଦେବାକୁ ଇଚ୍ଛା ତେବେ ଗ୍ଲିଟର ମେହେନ୍ଦୀ ଟ୍ରାଏ କରନ୍ତୁ।