ମହୋତ୍ସବ ଲାଗି ସଜେଇ ହେଉଛି ଐତିହାସିକ ଜଉଗଡ଼

ପୁରୁଷୋତ୍ତମପୁର,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ଥିବା ଐତିହାସିକ କଳିଙ୍ଗ ସମ୍ରାଟ ଅଶୋକଙ୍କ ଦ୍ୱାରା ଲିଖିତ ଅନୁଶାସନ ଜଉଗଡ଼ ମହୋତ୍ସବ ଲାଗି ସଜେଇ ହୋଇଛି। ଏହା ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ବେଳେ ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ସହ ପ୍ରଚାରପ୍ରସାର ଲାଗି ଅଣ୍ଟା ଭିଡ଼ିଛନ୍ତି ଖୋଦ୍‌ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ପିଡି ଦତ୍ତତ୍ରୟ ଭାଉସାହେବ, ବିଡିଓ ବିଜୟ କୁମାର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଯୁଦ୍ଧକାଳୀନ ଭତ୍ତିରେ ଅବହେଳିତ ଜଉଗଡ଼ ପାହାଡ଼କୁ ରଙ୍ଗଦେବା ସହ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜ୍ଜିତ କରାଇ ମାର୍ଚ୍ଚ ୧ରେ ମହୋତ୍ସବ ପାଇଁ ଲାଗି ପଡିଛନ୍ତି। ଏହି ମହୋତ୍ସବ ପୁରୁଷୋତ୍ତମପୁର ବ୍ଲକ ପାଇଁ ପ୍ରଥମ ହେବ। ଏହି ଅଞ୍ଚଳରେ କୌଣସି ମହୋତ୍ସବ ଭଳି କାର୍ଯ୍ୟକ୍ରମ ହୋଇ ନାହଁି।

Share