ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏହି ମହୋତ୍ସବରେ ଆବଶ୍ୟକ ଆୟ ଓ ବ୍ୟୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲା ପ୍ରଶାସନର ସହାୟତା ସହ ସ୍ଥାନୀୟ ହୋଟେଲ, ବଣିକ ସଙ୍ଘ, ଅଞ୍ଚଳବାସୀ, ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ସେହି ପ୍ରକାରେ ସମସ୍ତଙ୍କ ସହଯୋଗରେ ମହୋତ୍ସବ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଚଳିତ ଶୀତ ମହୋତ୍ସବକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।
ସେହିପରି ସ୍ଥାନୀୟ କଳାକାରଙ୍କୁ ମଞ୍ଚରେ ସୁଯୋଗ ଦିଆଯିବା, ଶୃଙ୍ଖଳା ରକ୍ଷା, ଭିଆଇପିଙ୍କୁ ପାସ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା, ମଞ୍ଚରେ ଯୋଗଦେବାକୁ ଥିବା ଦୈନିକ ଅତିଥିଙ୍କ ଚୟନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଇଭେଣ୍ଟ ଚୟନ ଓ ସ୍ଥିର କରିବା, ମହୋତ୍ସବ ପରିଚାଳନା ପାଇଁ ସବ କମିଟି ଚୟନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାାରାଣୀ ପଣ୍ଡା, ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, କନ୍ଧମାଳ ଏମପିଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ମଞ୍ଚାସିନ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀତୀଶ ପ୍ରିୟଦର୍ଶୀ ସାହୁ ପ୍ରଥମ ବୈଠକର ବିବରଣୀ ସମସ୍ତଙ୍କୁ ଅବଗତ କରାଇଥିଲେ। ସେହିପରି କମିଟିର କର୍ମକର୍ତ୍ତା ତଥା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ,ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା,ହୋଟେଲ ସଙ୍ଘ ସଭାପତି ଗିରିଶ ଚନ୍ଦ୍ର ସାହୁ, ବଣିକ ସଙ୍ଘ ସଭପତି ଲଡ଼ୁ କିଶୋର ସାହୁ, ଭାଜପାସ୍‌ର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଜିଲ୍ଲା ସମ୍ପାଦକ ହରେନ କୁମାର ସାହୁ, ଭାଲୁ ସାହୁ,ସରପଞ୍ଚ ଚନ୍ଦ୍ରିକା ମଲିକ, ବନାନୀ ସାରସ୍ବତ ପରିଷଦର ସମ୍ପାଦକ ବିଦେଶୀ ନାୟକ, ଅରୁଣ ପ୍ରଧାନ, ପ୍ରଭାକର ସାହୁ,ଦିଲୀପ କୁମାର ସାହୁ, ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ, ପ୍ରଶାନ୍ତ ସାହୁ, ମୋହନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକ ଶେଷ ରେ ନୂତନ କମିଟି ଓ ସବ କମିଟି ଚୟନ ପାଇଁ ନିଷ୍ପତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image