ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୮୬୪ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଗତ ଦୁଇ ତିନି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟରେ ୧,୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧,୮୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୦୮୨ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୭୮୨ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪୯୬ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୬୯, ବାଲେଶ୍ୱର ୧୧୪, ବରଗଡ଼ ୨୪, ଭଦ୍ରକ ୬୫, ବଲାଙ୍ଗୀର ୫, ବୌଦ୍ଧ ୩, କଟକ ୨୨୧, ଦେବଗଡ଼ ୬, ଢ଼େଙ୍କାନାଳ ୮୪, ଗଜପତି ୩, ଗଞ୍ଜାମ ୧୨, ଜଗତସିଂହପୁର ୮୯, ଯାଜପୁର ୧୦୭, ଝାରସୁଗୁଡ଼ା ୮, କଳାହାଣ୍ଡି ୭, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୫୯, କେନ୍ଦୁଝର ୪୪, କୋରାପୁଟ ୭, ମାଲକାନଗିରି ୧୨, ମୟୁରଭଞ୍ଜ ୫୭, ନବରଙ୍ଗପୁର ୨, ନୟାଗଡ଼ ୬୬, ନୂଆପଡ଼ା ୯, ପୁରୀ ୫୯, ରାୟଗଡ଼ା ୨୪, ସମ୍ବଲପୁର ୩୪, ସୁବର୍ଣ୍ଣପୁର ୬, ସୁନ୍ଦରଗଡ଼ ୫୬ ଓ ଷ୍ଟେଟ ପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୫,୭୧୫ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୪୧,୨୦୪ଜଣ ସୁସ୍ଥ ହୋଇଥିବା ବେଳେ ୧୯,୦୧୩ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share