Categories: ଜାତୀୟ

କୋଭିଶିଲ୍ଡ ଟିକା ବ୍ୟବଧାନ ହ୍ରାସ: ଜାଣନ୍ତୁ କାହାକୁ ଦିଆଯିବ ପ୍ରାଥମିକତା

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି। ଏହା କେବଳ ସେହିମାନଙ୍କ ପାଇଁ, ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି। ନୂତନ ଗାଇଡଲାଇନ ପରେ, ଏବେ କିଛି ବର୍ଗ ପାଇଁ ୮୪ ଦିନ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ଏବେ ୨୮ ଦିନ ପରେ ମଧ୍ୟ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନିଆଯାଇପାରିବ। ଏବେ ବି କୋଭାକ୍ସିନ ପାଇଁ ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ମାତ୍ର ୨୮ଦିନ ରହିଛି। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତୃତୀୟ ଥର ପାଇଁ କୋଭିଶିଲ୍ଡର ଉଭୟ ଡୋଜର ବ୍ୟବଧାନ ପରିବର୍ତ୍ତନ କରାଯାଇଛି। ଭାରତରେ ଟିକାକରଣରେ ୨୮ରୁ ୪୨ଦିନର ପାର୍ଥକ୍ୟ ଥିଲା ଯାହା ଜାନୁୟାରୀ ୧୪ରୁ ଆରମ୍ଭ ହୋଇଥିଲା। ତା’ପରେ ମାର୍ଚ୍ଚ ୨୨ରେ ଏହି ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା। ଏହା ପରେ, ମେ ୧୩ ରେ, ଏହି ପାର୍ଥକ୍ୟ ୧୨-୧୬ ସପ୍ତାହକୁ ହ୍ରାସ କରାଯାଇଥିଲା।
ନୂତନ ଗାଇଡଲାଇନ କ’ଣ କହୁଛି?
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଯେଉଁମାନେ କୋଭିଶିଲ୍ଡର ପ୍ରଥମ ମାତ୍ରା ପାଇଛନ୍ତି ଏବଂ ସେମାନଙ୍କୁ ବିଦେଶ ଭ୍ରମଣ କରିବାକୁ ପଡିବ ସେମାନଙ୍କ ପାଇଁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ପାଇଁ ୮୪ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଏହାପୂର୍ବରୁ, ଦ୍ୱିତୀୟ ଡୋଜ ମଧ୍ୟ ଦିଆଯାଇପାରେ।

Share