କମିଗଲା ୯ କି.ମି. ରାସ୍ତା ନିର୍ମାଣ

ଯାଜପୁର,୧୮ା୮(ହର୍ଷବର୍ଦ୍ଧନ ବେହେରା): ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥ(ଏନଏଚ)ର ପରିକଳ୍ପନା କରାଯାଇଛି । ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ ନମ୍ବର ଏନଏଚ ନାମରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ମିଳି ସାରିଛି । କିନ୍ତୁ ଭାରତ ସରକାରଙ୍କ ରାସ୍ତା, ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ କେବଳ କୁଆଖିଆଠାରୁ ମଙ୍ଗଳପୁର ଟାଉନ ପର୍ଯ୍ୟନ୍ତ ଏନଏଚ୍‌ର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ପାଇଁ ମଞ୍ଜୁରୀ ମିଳିଛି। ଅନ୍ୟପକ୍ଷେ ଏନଏଚ୍‌ ଗେଜେଟ ନୋଟିଫିକେଶନ ଧାରା ୩(ଡି) ଅନୁସାରେ କୁଆଖିଆଠାରୁ କୟାଁଗୋଲା ପର୍ଯ୍ୟନ୍ତ ୪୫ କିମି ଦୂର ବିଶିଷ୍ଟ ରାସ୍ତା ପାଇଁ ୬୩ଟି ରାଜସ୍ବ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୨୬.୮୩ କୋଟି ଟଙ୍କା ମଞ୍ଜୁର ହୋଇଛି। ତେଣୁ ଏନଏଚ୍‌ ସର୍କିଲ ଭୁବନେଶ୍ୱରର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ମଞ୍ଜୁର ହୋଇଥିବା ୩୫.୮ କିମି ରାସ୍ତା ନିର୍ମାଣ ପାଇଁ କେତେ ଗ୍ରାମର ଜମି ଅଧିଗ୍ରହଣ କରାଯିବ ତାହା ସ୍ପଷ୍ଟ କରିବାକୁ ଯାଜପୁର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ପତ୍ର ଅନୁରୋଧ କରିଛନ୍ତି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୯ କିମି ରାସ୍ତା ହ୍ରାସ ପାଇବା ନିଶ୍ଚିନ୍ତ ହୋଇଛି। ଏଭଳି ଭାବେ ଜମି ଅଧିଗ୍ରହଣ ଏବଂ ମଞ୍ଜୁରପ୍ରାପ୍ତ ରାସ୍ତାର ଦୂରତାକୁ ନେଇ ପ୍ରଭେଦ ରହିଥିବାରୁ କାର୍ଯ୍ୟ ଆରମ୍ଭର ଦିନ ଗଡ଼ି ଚାଲିଛି ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୨୦୧୫ ସେପ୍ଟେମ୍ବର ୧୭ରେ ୨୦ ନମ୍ବର ଏନ୍‌ଏଚ୍‌ ନିର୍ମାଣ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜିଲାର କୁଆଖିଆଠାରୁ ସମୁଦାୟ ୧୩୯ କିମି ବିଶିଷ୍ଟ ଏହି ପ୍ରକଳ୍ପର ସବିଶେଷ ପ୍ରୋଜେକ୍ସ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ଇଗିସ(ଇଆଇଜିଆଇଏସ୍‌) ଇଣ୍ଡିଆ କନ୍ସଲଟିଂ ଇଞ୍ଜିନିୟର୍ସ ପ୍ରାଇଭେଟ ଲିଃକୁ ଦାୟିତ୍ୱ ଦିଆଯାଇଥିଲା।କେବଳ ଡିପିଆର ପ୍ରସ୍ତୁତି ପାଇଁ ୪,୬୮,୮୩,୨୨୮ ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ଏହାବାଦ୍‌ ଓଡିଶାର ୧୩୦ କିମି ବିଶିଷ୍ଟ ବଲାଙ୍ଗୀର-ପାଟଣାଗଡ-ହରିଶଙ୍କର-ନୃସିଂହନାଥ-ପାଇକମାଳ-ନୂଆପଡା ପ୍ରକଳ୍ପ, ୧୦୦ କିମି ବିଶିଷ୍ଟ କେନ୍ଦୁଝର ନାରାୟଣପୁର-କାଳିଆହାଟ-କଙ୍କଡାହାଡ-କାମାକ୍ଷାନଗର ପ୍ରକଳ୍ପ, ୧୧୦ କିମି ବିଶିଷ୍ଟ କେନ୍ଦ୍ରାପଡ଼ା ନିକଟରୁ ଚାନ୍ଦବାଲି-ଧାମରା ଜଙ୍କସନ ପ୍ରକଳ୍ପ, ୨୦୭ କିମି ବିଶିଷ୍ଟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତ ପାରଳାଖେମୁଣ୍ଡି-ରାମନଗୁଣ୍ଡମ-ବିଶମକଟକ-ମୁନିଗୁଡା-ଭବାନୀପାଟଣା ପ୍ରକଳ୍ପ ଏବଂ ୨୦୬ କିମି ବିଶିଷ୍ଟ ଭବାନୀପାଟଣା-ଖରିଆର-ବଙ୍ଗୋମୁଣ୍ଡା-ପାଟଣାଗଡ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା। ସେଥିମଧ୍ୟରୁ ଯାଜପୁର ଜିଲା ୧୬ନଂ. ଜାତୀୟ ରାଜପଥର କୁଆଖିଆଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ମଞ୍ଜୁରୀ ମିଳି ସାରିଛି। ବାକି ପ୍ରକଳ୍ପଗୁଡିକ ପରିକଳ୍ପନାରେ ସୀମିତ ରହିଛି। କୁଆଖିଆ-ମଙ୍ଗଳପୁର ରାସ୍ତା ନିର୍ମାଣ କରାଗଲେ ବିରଜାକ୍ଷେତ୍ର, ଆରଡି, ଚାନ୍ଦବାହାଲି ଓ ରାଜକନିକାକୁ ଛୁଇଁବ । ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ ବିରଜା ମନ୍ଦିର ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ ସହଜ ହୋଇ ପାରିବ । କିନ୍ତୁ ଏଯାଏ ଜମି ଅଧିଗ୍ରହଣ ସହ ଅନ୍ୟାନ୍ୟ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ନିର୍ଦ୍ଧାରିତ ସମୟରେ ରାସ୍ତା ସମ୍ପୂର୍ଣ୍ଣ ହେବା ନେଇ ସଂଶୟ ପ୍ରକାଶ ପାଇଛି ା ଏହି ରାସ୍ତା ଅତି ସଙ୍କୁଚିତ ଥିବାରୁ ପ୍ରାୟ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି। ତେଣୁ ଜମି ଅଧିଗ୍ରହଣ ଏବଂ ରାସ୍ତାର ଦୂରତା ମଧ୍ୟରେ କୌଣସି ବିବାଦ ନ କରି ଯଥାଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri