ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି ନିଷ୍ପତ୍ତିର କାରଣ ସମ୍ପର୍କରେ ତାଲିବାନ୍‌ କିଛି ଦର୍ଶାଇ ନ ଥିବା ଜାତିସଂଘ ତରଫରୁ ସେପ୍ଟେମ୍ବର ୧୬ରେ କୁହାଯାଇଛି। ଘରକୁ ଘର ଯାଇ ଟିକା ଦେବା ବଦଳରେ ମସ୍‌ଜିଦ୍‌ରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା ହୋଇଥିଲାବେଳେ ଏହାକୁ ବନ୍ଦ କରାଯାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସୂତ୍ରରୁ ପ୍ରକାଶ । ଏହା ସେହି ଦେଶର ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ହେବ। ଏହା ପଛରେ କଠୋର ଇସ୍‌ଲାମୀୟ ଚିନ୍ତାଧାରା ଥାଇପାରେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଯେ, ଏକ ପୋଲଓମୁକ୍ତ ବିଶ୍ୱ ପାଇଁ ୧୯୮୮ରୁ ସମାବେଶୀ ପ୍ରୟାସ ଜାରି ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ୟୁନିସେଫ୍‌, ଆମେରିକାର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ(ସିଡିଇ) ଏବଂ ରୋଟାରି ଇଣ୍ଟରନ୍ୟାଶନାଲ ଭଳି ସଂସ୍ଥାଗୁଡ଼ିକର ସହଯୋଗରେ ବୈଶ୍ୱିକ ପୋଲିଓ ନିରାକରଣ ଅଭିଯାନ ଏଯାବତ୍‌ ସକ୍ରିୟ ଅଛି। କୋଭିଡ୍‌-୧୯ ମହାମାରୀ ସମୟରେ ସାରା ପୃଥିବୀର ଶିଶୁମାନେ ଏହି ଟିକାରୁ ବଞ୍ଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ପଦକ୍ଷେପକୁ ତ୍ୱରାନ୍ବିତ କରାଯାଇଛି। ୧୨୫ଟିରୁ ଅଧିକ ସଂକ୍ରମଣପ୍ରବଣ ଦେଶରୁ ଏହାକୁ ଦୂରକରାଯାଇଥିବାବେଳେ ୨୦୧୪ରୁ ଭାରତକୁ ଏହି ସଂକ୍ରମଣରୁ ମୁକ୍ତ ବୋଲି ସରକାର ଦାବି କରିଥିଲେ। ଏବେ ସୁଦ୍ଧା ଆଫଗାନିସ୍ତାନ, ପାକିସ୍ତାନରେ ଓ୍ବାଇଲ୍ଡ ପୋଲିଓ ଭାଇରସ୍‌ର ଉପସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା କରାଯାଇଥିବା ସର୍ଭେର ତଥ୍ୟ ଅନୁଯାୟୀ ୨୦୨୩ରେ ଆଫଗାନିସ୍ତାନରେ ପୋଲିଓ ରୋଗୀ ସଂଖ୍ୟା ୬ ଥିବାବେଳେ ଏହା ୨୦୨୪ ଜୁନ୍‌ ସୁଦ୍ଧା ୧୮ରେ ପହଞ୍ଚିଛି। ପାକିସ୍ତାନରେ ଏହି ସଂଖ୍ୟା ୧୪ରେ ସୀମିତ । ପାକିସ୍ତାନରେ ବିଭିନ୍ନ ସମୟରେ ହିଂସାମତ୍କ ଘଟଣା ଟିକାକରଣରେ ବାଧା ସୃଷ୍ଟି କରୁଥିବା ସମୟରେ ଆଫଗାନିସ୍ତାନରେ ତାଲିବାନୀ କଟକଣା ବୈଶ୍ୱିକ ପୋଲିଓ ନିରାକରଣ ଅଭିଯାନ ପ୍ରତି ଆହ୍ବାନ ସୃଷ୍ଟି କରିଛି। ପୋଲିଓ ଟିକାକରଣ ବନ୍ଦ ହେଲେ ଆଫଗାନିସ୍ତାନରେ ଏହି ସଂକ୍ରମଣ ବଢ଼ିବାର ସମ୍ଭାବନା ଅଛି । ଏହା ନିଶ୍ଚିତ ଯେ, ଆଫଗାନିସ୍ତାନରେ ପୋଲିଓ ସଂକ୍ରମଣ ବଢ଼ିଲେ ତାହା କେବଳ ସେହି ଦେଶର ସୀମା ଭିତରେ ସୀମିତ ରହିବ ବୋଲି କହିହେବ ନାହିଁ, ବରଂ ଏହା ପୁନର୍ବାର ସାରା ପୃଥିବୀ ପ୍ରତି ବିପଦ ସୃଷ୍ଟିକରିବ। ଡବ୍ଲ୍ୟୁଏଚ୍‌ଓ ସତର୍କ କରିଦେଇଛିି ଯେ, କୌଣସି ଦେଶରେ ଗୋଟିଏ ପୋଲିଓ ସଂକ୍ରମିତ ଶିଶୁ ରହିଲେ ପୋଲିଓ ନିରାକରଣ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେବ ନାହିଁ ଏବଂ ପୁନର୍ବାର ବୈଶ୍ୱିକ ସଂକ୍ରମଣ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ଦୃଷ୍ଟିରୁ ବିଚାରକଲେ ତାଲିବାନ୍‌ର ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିବା ନିଷ୍ପତ୍ତି ନିଜର କ୍ଷତି କରିବା ସହ ସମଗ୍ର ପୃଥିବୀ ପାଇଁ ହାନିକାରକ।

ଉଲ୍ଲେଖନୀୟ ଯେ, ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ପାଳିର ଆରମ୍ଭରୁ ମହିଳାଙ୍କ ଶିକ୍ଷା, ବୃତ୍ତିଗତ ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଏହାସହ ଚଳିତ ବର୍ଷ ଅଗଷ୍ଟ ମାସରେ ‘ଭାଇସ୍‌ ଆଣ୍ଡ୍‌ ଭର୍ଚ୍ୟୁ’ ନାମରେ ଏକ କଠୋର ଆଇନ ଆଣି ମହିଳାଙ୍କ ବାକ୍‌ ସ୍ବାଧୀନତା ଉପରେ କଟକଣା ଲଗାଇଛି। ଏସବୁ କଟକଣା ଦେଶର ବିକାଶରେ ବାଧା ଆଣିଥିବାବେଳେ ଏବେ ତାଲିବାନ୍‌ ପୋଲିଓ ଟିକାକରଣ ବନ୍ଦକରି ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରିବାକୁ ଚେଷ୍ଟା କରିଛି। ୧୯୯୬ରେ ତାଲିବାନ୍‌ ପ୍ରଥମ ଥର କ୍ଷମତାକୁ ଆସିବା ପରେ ଇସ୍‌ଲାମୀୟ ଚିନ୍ତାଧାରାରେ ଯେତିକି କଠୋର ନ ଥିଲା ଏବେ ତାହା ଅନେକ ଗୁଣ ବଢ଼ିଯାଇଛି। ଏହିଭଳି ଚିନ୍ତାଧାରାକୁ ବିଧିବଦ୍ଧ ଭାବେ କୌଣସି ଦେଶର ଶାସକମାନେ କାର୍ଯ୍ୟକାରୀ କରାଇଲେ ତାହା ସମଗ୍ର ପୃଥିବୀ ପ୍ରତି ବିପଦ ଟାଣି ଆଣୁଛି। ଇସ୍‌ଲାମୀୟ ଧର୍ମଗ୍ରନ୍ଥରେ ସମ୍ଭବତଃ କୌଣସି ସ୍ଥାନରେ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର କେବେହେଲେ ଉଲ୍ଲେଖ ଥିବ ବୋଲି ବିଶ୍ୱାସ କରିହେଉନାହିଁ। ଆଜି ପୃଥିବୀବ୍ୟାପୀ ସବୁ ଜାଗାରେ ଇସ୍‌ଲାମୀୟ ଚିନ୍ତାଧାରାକୁ ବିରୋଧ ଏବଂ ଭୟ ସୃଷ୍ଟିହେବା ପଛରେ ଏହିଭଳି ଘୋଷଣା ଓ କାର୍ଯ୍ୟକଳାପ ମୁଖ୍ୟତଃ ଦାୟୀ।
କେବଳ ଇସ୍‌ଲାମୀୟ ଦେଶ ଆଫଗାନିସ୍ତାନରେ ବୋଲି ନୁହେଁ, ଅଶାନ୍ତ ମଧ୍ୟପ୍ରାଚ୍ୟରୁ ଅନେକ ଲକ୍ଷ ଶରଣାର୍ଥୀ ଜୀବନ ବଞ୍ଚାଇବା ପାଇଁ ୟୁରୋପରେ ପ୍ରବେଶ କରୁଛନ୍ତି। ଥରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଥଇଥାନ ହୋଇଗଲା ପରେ ସେମାନେ ନିଜର ପୁରାତନ ଚିନ୍ତାଧାରାକୁ ନୂତନ ଦେଶରେ କାର୍ଯ୍ୟକାରୀ କରାଇବା ପାଇଁ ଲାଗିପଡ଼ୁଛନ୍ତି। ଏହି ଶରଣାର୍ଥୀମାନେ ପରବର୍ତ୍ତୀ ସମୟରେ ଆକ୍ରମଣାମତ୍କ ଚରିତ୍ର ଦର୍ଶାଇବା ଫଳରେ ଏବେ ସେମାନଙ୍କ ପାଇଁ ସହାନୁଭୂତି ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri