ହ୍ରାସ ପାଉଛି ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ,୨୪ା୯: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତର ୭ମ ସପ୍ତାହରେ ହ୍ରାସ ଘଟିଛି। ଆର୍‌ବିଆଇର ସଦ୍ୟ ତଥ୍ୟ ଅନୁସାରେ ସେପ୍ଟେମ୍ବର ୧୬ ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟି ୫୪୫.୬୫୨ ବିଲିୟନ ଡାଲରରେ ପହଞ୍ଚିଛି। ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫୫୦.୮୭୧ ବିଲିୟନ ଡଲାର ଥିଲା। ସେହିଭଳି ଗତ ୨ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅପରପକ୍ଷରେ ଡଲାର ତୁଳନାରେ ଭାରତୀୟ ଟଙ୍କା ପ୍ରଥମ ଥର ୮୧ର ସ୍ତର ପାରକରିଛି। ଶୁକ୍ରବାର କାରବାର ସମୟରେ ଟଙ୍କା ଦୁର୍ବଳ ହୋଇ ୮୧.୨୩ ସ୍ତରରେ ପହଞ୍ଚଥିଲା। ତେବେ କାରବାର ବନ୍ଦ ହେବା ସମୟରେ ଏଥିରେ ଅଳ୍ପ ସୁଧାର ଆସିଥିଲା। ଏହାପରେ ୧୯ ପଇସା ହ୍ରାସ ହୋଇ ଡଲାର ପିଛା ୮୦.୯୮ ଟଙ୍କାରେ ବନ୍ଦ ହୋଇଥିଲା। ବିଶ୍ୱର ୬ଟି ମୁଖ୍ୟ ମୁଦ୍ରା ତୁଳନାରେ ଡଲାରର ମଜଭୁତି ଆକଳନ କରୁଥିବା ଡଲାର ସୂଚକାଙ୍କ ୦.୭୨% ବଢ଼ି ୧୧୨.୧୫ରେ ପହଞ୍ଚିଥିଲା। ଆମେରିକାର ଫେଡେରାଲ ରିଜର୍ଭ ଲଗାତର ତୃତୀୟଥର ସୁଧ ହାରରେ ୭୫ ବେସିସ୍‌ ପଏଣ୍ଟ ବଢ଼ାଇବା କାରଣରୁ ଡଲାର ସ୍ଥିତି ମଜଭୁତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧।୧: ଓ୍ବକ; ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ,...

PM ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ: ଏବେ ମୋବାଇଲ ଜରିଆରେ ନିଜ ଘରେ ବସି କରନ୍ତୁ ଆବେଦନ,ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୧୧।୧: ନିଜର ଘର କିଣିବା ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ। ପ୍ରାୟତଃ ଲୋକମାନଙ୍କୁ ନିଜର ଘର କିଣିବା ପାଇଁ ବହୁତ ସମୟ ଲାଗେ। ଅନ୍ୟପକ୍ଷରେ ଦେଶରେ ଏବେ...

ମାତ୍ର ୬ ମାସରେ କରନ୍ତୁ ଏହି କୋର୍ସ: ମନଲାଖି ଚାକିରି ସାଙ୍ଗକୁ ମିଳିବ ମୋଟା ଅଙ୍କର ଦରମା…

ନୂଆଦିଲ୍ଲୀ,୧୧।୧: ଆଇଟି ସେକ୍ଟରରେ ଚାକିରି ଲାଗି ଅନେକ ବିକଳ୍ପ ରହିଛି। ଡିଜିଟାଲର ବିସ୍ତାର ହେବା ପରେ ଚାକିରି ସୁଯୋଗ ମଧ୍ୟ ବଢ଼ୁଥିବା ନଜର ଆସୁଛି। ମାର୍କେଟରେ...

ଟିରା ଷ୍ଟୋରରେ ଟିର୍‌ଟିର ଉତ୍ପାଦ ସମ୍ଭାର

ମୁମ୍ବାଇ,୧୧।୧: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ତଥା ଟିରା ଷ୍ଟୋରରେ କୋରିଆ ସ୍କିନ୍‌ କେୟାର ଏବଂ ମେକ୍‌ଅପ୍‌ ବ୍ରାଣ୍ଡ ଟିରଟିରର ଉତ୍ପାଦଗୁଡିକ ଉପଲବ୍ଧ ହେଉଛି ବୋଲି...

ଖସିଲା ଶେୟାର ବଜାର

ମୁମ୍ବାଇ,୧୧।୧: କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ ଫଳାଫଳ ଅନୁଯାୟୀ...

ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ

ଭୁବନେଶ୍ୱର,୧୧।୧: ବର୍ତ୍ତମାନ ଗ୍ରାହକ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ପାଇବା ସହିତ ଆବଶ୍ୟକ ସହାୟତା ମଧ୍ୟ ସହଜରେ ପାଇପାରିବେ ବୋଲି କାଜାରିଆ ଟାଇଲ୍ସର ଓଡ଼ିଶା ମୁଖ୍ୟ...

ଏଆଇଇସି ସହ ଆଇସିସିର ବୁଝାମଣା

ଭୁବନେଶ୍ୱର,୧୧।୧: ଏସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ (ଏଆଇଇସି) ଏବଂ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି...

ଜେଏସ୍‌ଏଲ୍‌ ଟିଜିସିର ମୁଖ୍ୟ ପ୍ରାୟୋଜକ

ଭୁବନେଶ୍ୱର,୧୧।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ୨୦୨୫ ଜାନୁଆରୀ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୩ ଦିନିଆ ସମ୍ମିଳନୀରେ ଟ୍ରାଇବାଲ୍‌ ଗ୍ଲୋବାଲ୍‌ କନ୍‌କ୍ଲେଭ୍‌ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image