ନୂଆଦିଲ୍ଲୀ,୧୪।୧: ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ନୂଆ କୋଭିଡ୍ ସଂକ୍ରମଣର ଭୟ ଉଭୟ ବଜାର ବ୍ୟବସ୍ଥା ଓ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଫଳରେ କ୍ରମାଗତ ଭାବେ ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଉଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୬ରେ ଶେଷ ହୋଇଥିବା ସପ୍ତାହ ପାଇଁ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୧.୨୬୮ ବିଲିୟନ ଡଲାର ହ୍ରାସ ପାଇ ୫୬୧.୫୮୩ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ଶୁକ୍ରବାର ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ଏ ନେଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ସେହିଭଳି ୨୦୨୧ ଅକ୍ଟୋବରରେ ଦେଶର ବୈଦେଶିକ ମୁଦ୍ରା କିିଟି ସର୍ବକାଳୀନ ୬୪୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶ୍ୱର ବିକାଶ ହେତୁ ଚାପ ମଧ୍ୟରେ ଟଙ୍କାକୁ ରକ୍ଷାକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରିର୍ଜଭ ନିୟୋଜନ କରୁଥିବାରୁ ସଂରକ୍ଷଣ ହ୍ରାସ ପାଇଥିଲା ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଆର୍ବିଆଇ ଦ୍ୱାରା ପ୍ରକାଶିତ ସାପ୍ତାହିକ ପରିସଂଖ୍ୟାନ ସପ୍ଲିମେଣ୍ଟ ଅନୁଯାୟୀ, ବିଦେଶୀ ଭଣ୍ଡାର ସମ୍ପତ୍ତି (ଏଫ୍ସିଏ)ର ସାମଗ୍ରିକ ସଂରକ୍ଷଣର ଏକ ପ୍ରମୁଖ ଉପାଦାନ ଓ ସପ୍ତାହ ମଧ୍ୟରେ ୧.୭୪୭ ବିଲିୟନ ଡଲାରରୁ ୪୯୬.୪୪୧ ବିଲିୟନ ଡଲାରକୁ ହ୍ରାସ ପାଇଛି। ସୂଚନାଯୋଗ୍ୟ, ସୁନା ଭଣ୍ଡାର ୪୬୧ ମିଲିୟନ ଡଲାରରୁ ୪୧.୭୮୪ ବିଲିୟନ ଡଲାରରେ ପହଞ୍ଚିଛି। ସ୍ବତନ୍ତ୍ର ଡ୍ରଇଁ ଅଧିକାର (ଏସ୍ଡିଆର୍) ୩୫ ମିଲିୟନ ଡଲାରରୁ ୧୮.୨୧୭ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସର୍ବୋଚ୍ଚ ବ୍ୟାଙ୍କ କହିଛି।