କମୁଛି ଶୀତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇଛି। ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଦାସ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ରାତି ତାପମାତ୍ରା ସର୍ବୋଚ୍ଚ ୨୪ ଡିଗ୍ରୀ ରେକର୍ଡ କରାଯାଇଛି। ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨, ଗୋପାଳପୁରରେ ୨୧.୫ ଓ ଖୋର୍ଦ୍ଧାରେ ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟୱିନ ସିଟି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Share