ଉତ୍ସର୍ଗୀକୃତ ମନୋଭାବ ସଫଳତା ଆଣିଦେବ

୧୯୭୯ ମସିହାରେ ବଲାଙ୍ଗୀରରେ ଯୁବୋଦ୍ୟୋଗୀ ବ୍ରିଜେଶ ମେହେରଙ୍କ ଜନ୍ମ। ବ୍ୟବସାୟ କ୍ଷେତ୍ରରେ ଏକାଗ୍ରତା ଓ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଉଥିବା ବ୍ରିଜେଶ ମିନରବା ଜୁଏଲର୍ସରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ କରିଥିଲେ । ପରେ ମିନରବା ଅଟୋମୋବାଇଲ୍ସ ନାଁରେ ଡିଲରଶିପ୍‌ ନେଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପାଲଟିଛନ୍ତି। ଏକ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି)ରେ କାର୍ଯ୍ୟ କରି ଫେରିବା ପରେ ନିଜ ଜନ୍ମମାଟି ରେ ସେ କିପରି ବ୍ୟବସାୟ କ୍ଷେତ୍ରରେ ପାଦ ଦେଇଥିଲେ ଏବଂ ସଫଳତା ସାଉଁଟିଥିଲେ ସେନେଇ ବ୍ରିଜେଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର- ବ୍ୟବସାୟିକ ଯାତ୍ରା ସମ୍ପର୍କରେ ସଂକ୍ଷେପରେ କହିବେ?
ଉ- ୨୦୦୪ରେ ବାଙ୍ଗାଲୋରରେ ଏମ୍‌ବିଏ ସାରିବା ପରେ ଏକ ଏମ୍‌ଏନ୍‌ସିରେ ୨ବର୍ଷ କାମ କରିଥିଲି। ୨୦୦୬ରେ ଜନ୍ମମାଟି ବଲାଙ୍ଗୀର ଫେରି ମିନରବା ଜୁଏଲର୍ସ ନାମରେ ରିଟେଲ ଜୁଏଲେରି ବ୍ୟବସାୟ ଆରମ୍ଭ କରିଲି। ୨୦୧୨ରେ ପଶ୍ଚିମ ଓଡ଼ିଶାରେ ମହିନ୍ଦ୍ରା ଡିଲରଶିପ୍‌ର ସୁଯୋଗ ପାଇଲି। ୨୦୧୩ରେ ମିନରବା ଅଟୋମୋବାଇଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ମହିନ୍ଦ୍ରା ଡିଲରଶିପ୍‌ ଆରମ୍ଭ କରିଥିଲି।
ପ୍ର- ଓଡ଼ିଶାରେ କାର୍‌ ବଜାର ସ୍ଥିତି କିପରି ରହିଛି?
ଉ- କୋଭିଡ୍‌ ସମୟରେ ଇଣ୍ଡଷ୍ଟ୍ରି କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ଲୋକମାନେ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟକୁ ଗୁରୁତ୍ୱ ଦେଉଥିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ଚାହିଦା ଖୁବ୍‌ ବଢ଼ିଛି। ବଜାରରେ ନୂଆ ନୂଆ ମଡେଲ ଉପଲବ୍ଧ ହେଉଛି। ବିଶେଷକରି ଏସ୍‌ୟୁଭି କ୍ଷେତ୍ରରେ ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ସାରା ଦେଶରେ କାର ବିକ୍ରି କ୍ଷେତ୍ରରେ ଓଡ଼ିଶା ଖୁବ୍‌ ଆଗରେ ରହିଛି। ଗତ ୩ରୁ ୪ ବର୍ଷ ମଧ୍ୟରେ ସଡ଼କ ଏବଂ ଉନ୍ନତ ଭିତ୍ତିଭୂମି କାରଣରୁ ଯାନ ବିକ୍ରି ତ୍ୱରାନ୍ବିତ ହୋଇଛି।
ପ୍ର- ଏହି ଶିଳ୍ପରେ କେଉଁ ସବୁ ସମସ୍ୟା ଦେଇ ଗତି କରିବାକୁ ପଡ଼େ? ଗ୍ରାହକ ସନ୍ତୁଷ୍ଟୀକରଣ କେତେ ଗୁରୁତ୍ୱ ବହନ କରେ?
ଉତ୍ତର: ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ବଡ଼ ଆହ୍ବାନ ଆସିନାହିଁ। ମାତ୍ର ଭାବୁଛି ସୁଧହାରରେ କ୍ରମାଗତ ବୃଦ୍ଧି ଅଟୋମୋବାଇଲ୍‌ ବିକ୍ରିକୁ ଟିକେ ହତାଶ କରିଛି। ଏଥିସହ ଓଡ଼ିଶାରେ ନୂତନ ସରକାର ଗଠନ ହୋଇଥିବାବେଳେ ଗତ ୯ ମାସ ମଧ୍ୟରେ ଆନୁଷ୍ଠାନିକ ତଥା ସରକାରୀ ବିକ୍ରିକୁ ମନ୍ଥର କରିଦେଇଛି। ସ୍ଥିରତା ଏବଂ ତୀବ୍ର ନୀତି ନିର୍ଦ୍ଧାରଣ କରି ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇପାରିବ। ସେହିପରି ପ୍ରତିଯୋଗିତାମୂଳକ ଭାବେ ଏହି ଶିଳ୍ପ ଅଗ୍ରଗତି କରୁଥିବାବେଳେ ଗ୍ରାହକ ସନ୍ତୁଷ୍ଟୀକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହେଉଛି ତେବେ ଗ୍ରାହକ ତାଙ୍କ ନିକଟକୁ ଫେରିବେ ବୋଲି ଆଶା ନ କରିବା ଭଲ।
ପ୍ର- ସଷ୍ଟେନବଲ୍‌ ମୋବିଲିଟି କ୍ଷେତ୍ରରେ ବୈଦ୍ୟୁତିକ ଯାନର କ’ଣ ଭୂମିକା ରହିବ?
ଉ- ବୈଦ୍ୟୁତିକ ଯାନ ଏପର୍ଯ୍ୟନ୍ତ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଚାର୍ଜିଂ ଭିତ୍ତିଭୂମି ଭଳି ଆହ୍ବାନ ରହିଛି। ମାତ୍ର ଜୀବାଶ୍ମ ଇନ୍ଧନ ପାଇଁ ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ବିକଳ୍ପ। କମ୍ପାନୀଗୁଡ଼ିକ ବର୍ତ୍ତମାନ ନୂତନ ମଡେଲ ମଧ୍ୟ ଆଣୁଛନ୍ତି, ଯାହା ବୈଦ୍ୟୁତିକ ଯାନ ବିକ୍ରିରେ ସାହାଯ୍ୟ କରିବ।
ପ୍ର- ଆପଣ ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଅଭିଜ୍ଞତାକୁ ଆଧାରକରି ଯୁବୋଦ୍ୟୋଗୀଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହିଁବି, ପ୍ରଥମତଃ ଆପଣଙ୍କ କର୍ମଚାରୀଙ୍କୁ ଖୁସି ଏବଂ ସନ୍ତୁଷ୍ଟ ରଖିବା ପାଇଁ ଆପଣ ଯାହା କରିପାରିବେ ତାହା କରନ୍ତୁ ଏବଂ ଏହାର ପ୍ରତିବଦଳରେ ସେମାନେ ଆପଣଙ୍କ ଗ୍ରାହକଙ୍କ ଯତ୍ନ ନେବେ। ଦ୍ୱିତୀୟରେ ଆଜିକାଲି ଅଟୋମୋବାଇଲ ଡିଲରଶିିପ୍‌ର ବହୁତ ଚାହିଦା ରହିଛି। ଏହି କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମ ସଫଳତା ଆଣିଦେବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟରେ ରାତାରାତି ସଫଳତା ନାହିଁ

ରାଜ୍ୟର ଅଗ୍ରଣୀ ଧୂପକାଠି ଉପତ୍ାଦନକାରୀ ସଂସ୍ଥା ସୋମେନ ଅଗରବତି। ଏହାର ପ୍ରୋପାଇଟର ପ୍ରହଲ୍ଲାଦ ପଲାଇ ଦିନେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଆରମ୍ଭ କରିଥିଲେ ଧୂପକାଠି...

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

ନୂଆଦିଲ୍ଲୀ,୨୪।୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ...

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା।...

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା।...

ଜରୁରୀକାଳୀନ ପରିସ୍ଥିତି ପାଇଁ କେମିତି ଜମା କରିବେ ଟଙ୍କା, ସରଳ ଉପାୟରେ ଜାଣନ୍ତୁ

କୌଣସି ଜରୁରୀକାଳୀନ ପରିସ୍ଥିତି ସୂଚନା ଦେଇ ଆସେନାହିଁ। ଭବିଷ୍ୟତରେ ଆମକୁ ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆମକୁ ଜରୁରୀକାଳୀନ...

Gold vs FD: ସୁନା ନା FD କେଉଁଥିରେ ନିବେଶ କଲେ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୩: ଭାରତରେ ସୁନା ନିବେଶକୁ ପାରମ୍ପରିକ ଭାବରେ ଏକ ସୁରକ୍ଷିତ ଏବଂ ଅଧିକ ପସନ୍ଦର ନିବେଶ ବିକଳ୍ପ ଭାବରେ ବିବେଚନା କରାଯାଏ। ଯଦି କେହି ସୁନାରେ...

ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।...

ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image