ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍‌ ଡିପ୍ରେଶନ: ଭୀଷଣ ବର୍ଷା ନେଇ ୧୦ ଜିଲାକୁ ରେଡ ୱାର୍ନିଂ 

ଭୁବନେଶ୍ୱର,୯।୯: ଗଭୀର ଅବପାତ ଓଡ଼ିଶା ଉପକୂଳ ପୁରୀ ନିକଟରେ ଏହା ଅତିକ୍ରମ କରିଛି । ସକାଳ ସାଢ଼େ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍‌ ଡିପ୍ରେଶନ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗଭୀର ଅବପାତ ପ୍ରଭାବରେ ରବିବାର ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲାକୁ ରେଡ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରେଡ ୱାର୍ନିଂ ଜିଲାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ।
ସେହିପରି ୧୨ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଦିଆଯାଇଛି । ବାକି ୮ ଜିଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ସତର୍କତା ଜାରି କରିଛି ।  ସନ୍ଧ୍ୟା ଯାଏ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିବ ଡିପ ଡିପ୍ରେସନ । ତେବେ ମଧ୍ୟରାତ୍ରିରେ ଦୁର୍ବଳ ପଡ଼ିପାରେ ବୋଲି କୁହାଯାଉଛି॥ ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଛତିଶଗଡ଼ ଆଡକୁ ଗତି କରିବ। ସମୁଦ୍ର ଅଶାନ୍ତ ରହିଛି। ଏଥିପାଇଁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ।
ଗଭୀର ଅବପାତ ଫଳରେ ପୁରୀ ସମୁଦ୍ର ଜୁଆରିଆ ହୋଇଛି । ପବନର ଗତି ଧୀରେ ଧୀରେ ବଢୁଛି । ସମୁଦ୍ର ପ୍ରତିଦିନ ଯେଉଁଭଳି ଏ ଜୁଆର ରହିଥାଏ ତା ଠାରୁ ଅଧିକ ଜୁଆର କୂଳକୁ ମାଡି ଆସୁଛି । ତଥାପି ସମୁଦ୍ରରେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ଓ ଗାଧଉଥିବା ଦେଖିବାକୁ ମିଳିଛି । ତେବେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକମାନଙ୍କୁ ଲାଇଫଗାର୍ଡମାନେ ସତର୍କ କରାଉଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୧୯।୯ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ...

ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

ଭୁବନେଶ୍ୱର,୧୯।୯(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ୧୦୦ ଦିନ ଅବଧିର ମୋହନ ସରକାର ରାଜ୍ୟବାସୀଙ୍କ ପ୍ରତି କେବଳ ଧୋକା । ପ୍ରଧାନମନ୍ତ୍ରୀ ତାଙ୍କ...

ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ…

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):କିଛିଦିନ ତଲେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ...

ଭାଜପା ସରକାରକୁ ପୂରିଛି ୧୦୦ ଦିନ: ସଫଳତା ବଖାଣିଲେ ମନମୋହନ

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):ଦୀର୍ଘ ୬୦ ବର୍ଷ ପରେ ଏକମାତ୍ର ନେତା ଭାବେ ନରେନ୍ଦ୍ର ମୋଦି ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ...

୧୦୦ ଦିନରେ ଭାଜପାର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା

ଭୁବନେଶ୍ୱର,୧୯।୯(ଅନିଲ ଦାସ):ରାଜ୍ୟ ଭାଜପା ସରକାରଙ୍କ ୧୦୦ ଦିନର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ, ଏହି ସରକାର ସମୟରେ ଓଡ଼ିଶାର ବିକାଶ ଦୁଇ ପାଦ ପଛକୁ ଯିବ...

ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ

ଡେରାବିଶ,୧୯ା୯(ବେବର୍ତ୍ତା ଅଜୟ ଦାସ):ଗତ ନିର୍ବାଚନରେ ବିଜେଡି ବିଧାୟକ ଭାବେ ଅରବିନ୍ଦ ମହାପାତ୍ର ଜିତିବାର ୩ ମାସ ନ ବିତୁଣୁ ପ୍ରଥମେ ଡେରାବିଶ ବ୍ଲକ ବିଜେଡି ସଭାପତି...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣା:ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର,୧୯ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମାସକ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବୁଧବାର ନିଲମ୍ବନ...

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri