Categories: ଖେଳ

ଦୀପ୍‌ ଗ୍ରେସ୍‌, ଅମିତଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଅଂଶଗହଣ କରି ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ସଦସ୍ୟା ଅମିତ ରୋହିଦାସ ଓ ଦୀପ୍‌ ଗ୍ରେସ୍‌ ଏକ୍କା ବୁଧବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅମିତ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଥିଲେ। ସେହିପରି ଦୀପ୍‌ ଗ୍ରେସ୍‌ ବ୍ରୋଞ୍ଜ ପଦକ ହାସଲକାରୀ ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ଥିଲେ। ଉଭୟ ଖେଳାଳିଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସାହୁ ଓ ଅନ୍ୟ ସିନିୟର ଅଫିସିଆଲମାନେ ଉପସ୍ଥିତ ଥିଲେ।

Share