Categories: ଜାତୀୟ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି । ତେବେ ପୋଲିସ ତାଙ୍କୁ କେଉଁଠୁ ଓ କେତେବେଳେ ଗିରଫ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗିରଫ ପରେ ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯିବ । ଏହାପରେ ପୋଲିସ ତାଙ୍କୁ ରିମାଣ୍ଡରରେ ନେଇପାରେ । ଅନୁମାନ କରାଯାଉଛି କି ପଚରା ଉଚରା ସମୟରେ ଦିଲ୍ଲୀ ଲାଲ କିଲାରେ ଘଟିଥିବା ହିଂସା ସମ୍ପର୍କରେ ସେ ହୁଏତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଦିଲ୍ଲୀ ପୋଲିସ ସିଦ୍ଧୁଙ୍କ ଉପରେ ତଥ୍ୟ ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବ ବୋଲି ଘୋଷଣା କରିଥିଲା । ଦିଲ୍ଲୀ ହିଂସାକୁ ନେଇ ପୋଲିସ କିଛିଦିନ ହେବ ଟିମ୍ ଗଠନ କରି ଦିଲ୍ଲୀ-ଏନ୍‌ସିଆର୍‌, ହରିୟାଣା ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛି । ରବିବାର ହିଂସାର ଅନ୍ୟଜଣେ ଅଭିଯୁକ୍ତ ଅରୋପିତ ସୁଖଦେବ ସିଂଙ୍କୁ କରନାଲରୁ ଗିରଫ କରିଛି । ତାଙ୍କ ନାଁରେ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲ ।

Share