Categories: ଜାତୀୟ

ଦୀପ ସିଦ୍ଧୁ ଫେରାର

ଜଳନ୍ଧର,୨୯।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗୁରୁବାର ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି। ମଙ୍ଗଳବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି କରାଯାଇଥିବାବେଳେ ଦୀପ ସିଦ୍ଧୁ ଭିଡ଼କୁ ଉସୁକାଇ ବିଭ୍ରାଟ ସୃଷ୍ଟି କରିଥିଲେ। ସେ ଲାଲକିଲ୍ଲାର ତ୍ରିରଙ୍ଗା ଉତ୍ତୋଳନସ୍ଥଳରେ ଶିଖ୍‌ମାନଙ୍କ ଧର୍ମୀୟ ପତାକା ‘ନିଶାନ ସାହିବ’ ଉଡ଼ାଇଥିଲେ। ଭାଜପା ସହ ତାଙ୍କ ସମ୍ପର୍କ ଥିବା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି ଏବଂ ତାଙ୍କର ପତ୍ତା ମିଳୁନାହିଁ। ଦୀପ ସିଦ୍ଧୁ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ଆମେ କେବଳ ବିକ୍ଷୋଭ କରିବା ନେଇ ଗଣତାନ୍ତ୍ରିକ ଅଧିକାର ଜାହିର କରିଛୁ। ଅନ୍ୟପକ୍ଷରେ ଆଉ ଏକ ପୋଷ୍ଟରେ ତାଙ୍କୁ ଗ୍ୟାଙ୍ଗଷ୍ଟର ତଥା ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଲଖା ସିଧାନାଙ୍କ ସହ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳିଛି।

Share