Posted inଖେଳ

ଜିମ୍ନାଷ୍ଟିକ୍‌କୁ ବାଏ ବାଏ କହିଲେ ଦୀପା କର୍ମକାର

ନୂଆଦିଲ୍ଲୀ,୭ା୧୦(ପି.ଟି.): ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ଅବସର ଘୋଷଣ କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଥିଲେ। ମାତ୍ର ୦.୧୫ ପଏଣ୍ଟ ପଛରେ ରହି ସେ ଚତୁର୍ଥ ସ୍ଥାନରେ ରହିଥିଲେ। ରିଓରେ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କୁ ଜିମ୍ନାଷ୍ଟିକ୍ସରେ କ୍ୟାରିୟର କରିବା ପାଇଁ ଦୀପା ଅନୁପ୍ରାଣିତ କରିଥିଲେ। ୫ ବର୍ଷ ବୟସରେ ଫ୍ଲାଟ୍‌ ଫୁଟ୍‌ କାରଣରୁ ଜିମ୍ନାଷ୍ଟିକ୍‌ କରି ପାରିବେ ନାହିଁ ବୋଲି ସମସ୍ତେ କହିଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଦୀପା। ନିଜ ଅଧ୍ୟବସାୟ ଓ ଦୃଢ ଇଚ୍ଛାଶକ୍ତି ବଳରେ ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ଦୀର୍ଘ ଦିନ ଧରି ଚିନ୍ତା କରିବା ପରେ ଅବସର ପାଇଁ ନିଷ୍ପତ୍ତି ନେଇଛି ବୋଲି ମଧ୍ୟ କହିଛନ୍ତି ଦୀପା। ଶରୀର ସମୟ ସହ ଦୁର୍ବଳ ହୋଇଥିଲେ ମଧ୍ୟ ମନ ଅବସର ନିଷ୍ପତ୍ତିକୁ ବିରୋଧ କରୁଥିଲା। ତେବେ କଷ୍ଟ ହୋଇଥିଲେ ମଧ୍ୟ ଉପଯୁକ୍ତ ସମୟରେ ସେ ଅବସର ନେଇଥିବା କହିଛନ୍ତି ଦୀପା। ଅନେକ ସ୍ମରଣୀୟ ମୂହୂର୍ତ୍ତ ସହ କିଛି ବିଫଳତାର ମୂହୂର୍ତ୍ତ ମଧ୍ୟ ସାମ୍ନାକୁ ଆସିଛି। ତେବେ ସବୁ ସମୟ ପାଇଁ ମୁଁ ଜିମ୍ନାଷ୍ଟିକ୍‌ ନିକଟରେ କୃତଜ୍ଞ ରହିବି। ଜିମ୍ନାଷ୍ଟିକ୍‌ ମୋ ପାଇଁ ଅସମ୍ଭବ ବୋଲି ଡାକ୍ତର ମାନେ କହିଥିଲେ ମଧ୍ୟ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବାରୁ ମୁଁ ଗର୍ବିତ। ରିଓ ଅଲିମ୍ପିକ୍ସରେ କଷ୍ଟସାଧ୍ୟ ପ୍ରୋଡୁନୋଭା ଭଲ୍ଟ ପ୍ରଦର୍ଶନ କରିବା ସହ ୧୫.୦୬୬ ପଏଣ୍ଟ ସ୍କୋର କରି ବ୍ରୋଞ୍ଜ ବିଜେତାଙ୍କ ଠାରୁ ମାତ୍ର ୦.୧୫ ପଏଣ୍ଟ ପଛରେ ରହିଥିଲେ ଦୀପା। ୨୦୧୬ରେ ଦୀପାଙ୍କୁ ଖେଳରତ୍ନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୨୧ରେ ଡୋପିଂ ଅଭିଯୋଗରେ ନାଡା ପକ୍ଷରୁ ଦୀପାଙ୍କୁ ୨୧ ମାସ ବାସନ୍ଦ ମଧ୍ୟ କରାଯାଇଥିଲା। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସେ ୨୦୨୪ ତାସକେଣ୍ଟ ଏସିଆନ୍‌ ଚାମ୍ପିୟନଶିପ୍‌ରେ ଭଲ୍ଟ ଇଭେଣ୍ଟରେ ୧୩.୫୬୬ର ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୋଚ୍‌ ବିଶ୍ୱେଶ୍ୱର ନନ୍ଦୀ, ସାଇ, କ୍ରୀଡା ବିଭାଗ ଓ ତ୍ରିପୁରା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପା। ଏହା ସହ ଆଗାମୀ ଦିନରେ ଯୁବ ଜିମ୍ନାଷ୍ଟଙ୍କ ପାଇଁ କିଛି କରିବା ପାଇଁ ସେ ପ୍ରତିଶ୍ରୁତବଦ୍ଧ ବୋଲି ମଧ୍ୟ କହିଛନ୍ତି।
ମୁଦ୍ରା ବିନିମୟ ଉପରେ ଏକ ଚୁକ୍ତିନାମା ସମେତ ଦୁଇ ଦେଶର ନେତାଙ୍କ ମଧ୍ୟରେ ପାଞ୍ଚଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ନ୍ୟାୟିକ ଅଧିକାରୀଙ୍କ ତାଲିମ, ଦୁର୍ନୀତି ରୋକିବା, ଆଇନ ପ୍ରଣୟନ ତାଲିମ, କ୍ରୀଡା ଏବଂ ଯୁବ ବ୍ୟାପାର ଉପରେ ଅନ୍ୟାନ୍ୟ ଚୁକ୍ତିନାମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ: ଏହି କ୍ରିକେଟ୍‌ର ହେଲେ ଫୁଲ୍‌ଟାଇମ କୋଚ୍‌

କଲମ୍ବୋ, ୭ା୧୦: ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ସୋମବାର ଶ୍ରୀଲଙ୍କା କ୍ରିକେଟ ଦଳର ଫୁଲ୍‌ଟାଇମ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ଟି୨୦...

ଗୌତମ ଗମ୍ଭୀରଙ୍କ ପାଦ ଚାଟିବା ଉଚିତ୍‌ ନୁହେଁ…କାହିଁକି ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ,୭।୧୦: ଗୌତମ ଗମ୍ଭୀରଙ୍କ କୋଚିଂରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛି। ବିଶେଷକରି ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଟିମ ଇଣ୍ଡିଆ ଜବରଦସ୍ତ...

କିଙ୍ଗ କୋହଲିଙ୍କ ‘ମହାରେକର୍ଡ’ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୦: ଗ୍ବାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ...

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୬ା୧୦: ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦...

ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ

ଅବନୀ ଲେଖ୍‌ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍‌ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ...

ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ହାତରେ ନୂଆ ଟାଟୁ କଲେ ରିଙ୍କୁ ସିଂ: ୫ ଛକା ସହ ଅଛି କନେକ୍ସନ

ନୂଆଦିଲ୍ଲୀ,୫।୧୦: ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍‌ସ ପ୍ଲାନ୍‌’ ଲେଖିଛନ୍ତି। ରିଙ୍କୁ...

ବୀରେନ୍ଦ୍ର ସେହଓ୍ବାଗଙ୍କୁ କିଏ ଡ୍ରେସିଂ ରୁମରେ ପିଟିଥିଲେ, କଲାର ଧରି…

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ସବୁ ସମୟରେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ସବୁବେଳେ ପଡ଼ିଆରେ ରିସ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri