Categories: ଜାତୀୟ

ଲାଲ୍‌ କିଲ୍ଲାରେ ଦୀପ୍‌ ସିଦ୍ଧୁ: ରିକ୍ରିଏଟ୍‌ ହେବ ସିନ୍‌

ନୂଆଦିଲ୍ଲୀ,୧୩।୨: ଜାନୁୟାରୀ ୨୬ରେ ଲାଲ୍‌ କିଲ୍ଲାରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ ଏବେ ପୋଲିସ ହେପାଜତରେ। ଲାଲ କିଲ୍ଲାରେ ଘଟିଥିବା ଘଟଣାର ସିନ୍‌ ରିକ୍ରିଏଟ୍‌ ପାଇଁ ପୋଲିସ ଏବେ ତାଙ୍କୁ ସେଠାକୁ ନିଆଯାଇଛି। ସିଦ୍ଧୁଙ୍କ ସହିତ ଏହି ଘଟଣାର ଅନ୍ୟ ଅଭିଯୁକ୍ତ ଇକବାଲ ସିଂ ମଧ୍ୟ ଚାଣକ୍ୟପୁରୀ ଥାନାରୁ ଲାଲ୍‌ କିଲ୍ଲା ଯାଇଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ର ତଦନ୍ତକାରୀ ଦଳଙ୍କ ସହିତ ଅଭିଯୁକ୍ତମାନେ ହିଂସାକାଣ୍ଡ ଦିନ ଯାଇଥିବା ବାଟେ ଲାଲ୍‌ କିଲ୍ଳାରେ ପହଞ୍ଚିବେ। ସିଦ୍ଧୁଙ୍କର କୌଣସି ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ନ ଥିବା ପୋଲିସ ପଚରାଉଚରା ସମୟରେ ଜାଣିପାରିଛି। ତେବେ ଆନ୍ଦୋଳନ ସମୟରେ ସେ ଭଙ୍ଗାରୁଜା କରୁଥିବା ପୋଲିସ ଜାଣିପାରିଛି।

Share